ପରିବାରର ମୂଳଦୁଆ ହୋଇଥାନ୍ତି ଜେଜେବାପା ଏବଂ ଜେଜେମା । ସେମାନଙ୍କର ଅନୁଶାସନ, ସ୍ନେହ , ଭଲ ପାଇବାରେ ଗଢି ଉଠିଥାଏ ଏକ ସୁନ୍ଦର ପରିବାର । ସେମାନେ ନିଜର ଉତ୍ତର ପିଢ଼ିକୁ ମଧ୍ୟ ନିଜର ନିଃସ୍ୱାର୍ଥପର ଭଲପାଇବା ଏବଂ ଅଭିଜ୍ଞତାରୁ ଅତି ସରଳ ଭାବେ ପରିବାର, ସମ୍ପର୍କ ଏବଂ ଜୀବନର ମୂଲ୍ୟ ବୁଝାଇବାରେ ଗରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି ।
ତୁମେ ନିଶ୍ଚୟ ଭାଗ୍ୟବାନ ଯଦି ତୁମ ପାଖରେ ତୁମକୁ ନିଜଠାରୁ ଅଧିକ ସ୍ନେହ କରୁଥିବା ତୁମର ଜେଜେବାପା ଏବଂ ଜେଜେମାଆ ଅଛନ୍ତି ।
ଆଜିକାଲି ତ ପିଲାମାନେ ବଡ଼ ହେବା ପରେ ପରିବାରକୁ ପଛରେ ପକାଇ ନିଜ ପାଇଁ ଏକ ଅଲଗା ରାସ୍ତା ବାଛି ନେଇଥାନ୍ତି । କିନ୍ତୁ ଭୁଲିଯାନ୍ତି, ସେମାନଙ୍କର ବିଷୟରେ ଯେଉଁମାନେ ନିଜ ପୁରାଜୀବନ କେବଳ ପିଲାମାନଙ୍କ ଭବିଷ୍ୟତ ପାଇଁ ଉତ୍ସର୍ଗ କରିଦେଇଥାନ୍ତି ।
ବିଶେଷକରି ନାତି ନାତୁଣୀ ମାନଙ୍କ ସହିତ ଜେଜେ ଜେଜେମା ଙ୍କର ସମ୍ପର୍କ ନିଆରା ।
କିଛି ଲୋକ ନିଜ ବୁଢା ବାପା ମାଆଙ୍କୁ ଛାଡି ଦୂରରେ ରହୁଛନ୍ତି ତ କେଉଁଠି ବୃଦ୍ଧାଶ୍ରମରେ ଛାଡି ମୁଣ୍ଡରୁ ବୋଝ ହାଲୁକା କରିଦେଇଥାନ୍ତି । କିନ୍ତୁ କଣ ସେମାନେ ନିଶ୍ଚିନ୍ତ ଯେ ଭବିଷ୍ୟତରେ ଏସବୁର ପୁନରାବୃତ୍ତି ହେବ ନାହିଁ ।କଣ ଆଗାମୀ ପୀଢ଼ି ଉପରେ ଏସବୁର କୌଣସି ପ୍ରଭାବ ପଡିବ ନାହିଁ । ଦିନେ ସେମାନଙ୍କୁ ମଧ୍ୟ ଏସବୁର ସାମ୍ନା କରିବାକୁ ପଡିପାରେ । ଆଜିକାଲି ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି ।
ତେଣୁ ଜେଜେବାପା ଜେଜେମାଆଙ୍କ ପାଇଁ ଏହି ଦିନଟିକୁ ସମାଜରେ ବୟସ୍କଙ୍କର ସମ୍ମାନ ଏବଂ ଖୁସି ପାଇଁ ଉତ୍ସର୍ଗ କରାଯାଇଛି । କେବଳ ଆଜି ଗୋଟିଏ ଦିନ ପାଇଁ ନୁହେଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ପରିବାର ରେ ଵୟସ୍କ ମାନଙ୍କୁ ଭଲପାଇବା,ଆଦର, ସମ୍ମାନ ଦେବା ଆମର ମୁଖ୍ୟ କର୍ତ୍ତବ୍ୟ ।
#GrandparentsDay #nnsodia