ଭୁବନେଶ୍ୱର(ଏନଏନଏସ୍): ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଗ୍ରେସ ମାର୍କ । ମାଟ୍ରିକ ପରୀକ୍ଷାରେ ସି ସେଟ୍ ପ୍ରଶ୍ନରେ ମୁଦ୍ରଣ ଜନିତ ତ୍ରୁଟି ଥିଲା । ପରୀକ୍ଷାରେ ଭୁଲ୍ ପ୍ରଶ୍ନକୁ ନେଇ ବିବାଦ ଦେଖାଦେଇଥିଲା । ଏନେଇ ଯେଉଁ ପରୀକ୍ଷାର୍ଥୀ ଭୁଲ ପ୍ରଶ୍ନର ଉତ୍ତର ରଖିଥିବେ ତାଙ୍କୁ ଗ୍ରେସ ମାର୍କ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କିନ୍ତୁ ଯେଉଁ ପରୀକ୍ଷାର୍ଥୀମାନେ ଉତ୍ତର ଲେଖିନଥିବେ ସେମାନଙ୍କୁ ଗ୍ରେସ ମାର୍କ ମିଳିବ ନାହିଁ ।