ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ତହସିଲ ଅଧୀନ ଜାମୁଗାଁ ଗ୍ରାମ ପଂଚାୟତ ରେ ଥିବା ସରକାରୀ ଜମି ହଡପ, ସରକାରୀ ଜମିରୁ ଟ୍ରିପ ଟ୍ରିପ ବେଆଇନ ମାଟି ବିକ୍ରି, ସ୍ମଶାନ ଜମି ହଡପ ଏବଂ ବେଆଇନି ଭାବେ ସରକାରୀ ଜମିରେ ଘର ତୋଳିବା ଆଦି ଅଭିଯୋଗ ହେଉଥିଲା ।
ଏ ସମ୍ପର୍କ ରେ ଗତ 5 ସେପ୍ଟେମ୍ବର ୨୦୨୧ ରେ ଏକ ଲିଖିତ ଅଭିଯୋଗ ଗ୍ରାମ ବାସୀ ମାନେ ତହସିଲଦାର ଙ୍କ ନିକଟରେ ଉପସ୍ଥାପନା କରିଥିଲେ ।
ହେଲେ ତହସିଲଦାର ଏହି ବେଆଇନ କାର୍ଯ୍ୟ କୁ ବନ୍ଦ ନକରି କେବଳ 144 ଧାରା ଜାରି କରିଥିଲେ,
ଆଉ ପୁନର୍ବାର ଏହି ବେଆଇନ କାର୍ଯ୍ୟ ଆରମ୍ଭ କରାଯାଇଥିଲା l
ଏଥିରେ ନିରାଶ ହୋଇ ଶେଷକୁ ଆଜି ଜାମୁଗାଁ ପଂଚାୟତ ର ଗ୍ରାମବାସୀ ମାନେ ନନ୍ଦୀଗ୍ରାମ ର ସାମାଜିକକର୍ମୀ ବୁଢା ପାଢ଼ୀ ଙ୍କ ନେତୃତ୍ୱରେ ତହସିଲଦାର ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇଥିଲେ l
ଉକ୍ତ ଅଭିଯୋଗ ରେ କୁହାଯାଇଥିଲା ଯେ ଆଗାମୀ 5 ତାରିଖ ମଧ୍ୟରେ ଘଟଣାର ଯଦି ଉଚିତ ତଦନ୍ତ କରାନ ଯାଏ,
ତେବେ 5 ତାରିଖ ଠାରୁ ଜାମୁଗାଁ ପଂଚାୟତ ର ଗ୍ରାମବାସୀ ମାନେ ତହସିଲ ସମୁଖରେ ଧାରଣା ରେ ବସି ରହିବେ l