ଏନଏନଏସ୍: ସୁନ୍ଦରଗଡ ହେମଗିରି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ସଂଜୟ କୁମାର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସଂଜୟ କୁମାର ବେହେରାଙ୍କ ଘରେ ଚଢାଉ କରାଯାଇଛି। ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ସୁନ୍ଦରଗଡ ଓ ଲେଫ୍ରିପଡା ଅଫିସ ସମେତ ସରକାରୀ ବାସଭବନ, ଭଡାଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର ଏବଂ ଶ୍ୱଶୁର ଘରେ ଚାଲିଛି ଚଢାଉ। ତେବେ ଏହି ରେଡରେ ୪ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଏବଂ ୪ଜଣ ଏଏସଆଇ ସାମିଲ ଅଛନ୍ତି।