ଏନଏନଏସ୍: ଅମରନାଥ ଯାତ୍ରା ପାଇଁ ନୂଆ ନିୟମ ଘୋଷଣା କଲେ ସରକାର । ନିୟମ ଅନୁଯାୟୀ ଏବେ ୭୫ ବର୍ଷ ବୟସରୁ ଅଧିକ ଓ ୧୩ ବର୍ଷ ବୟସରୁ କମ୍ ବୟସ୍କ ଲୋକଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ଏଥିସହ ୬ ସପ୍ତାହରୁ ଅଧିକ ଗର୍ଭବତୀ ଥିବା ମହିଳାଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ସେପଟେ ଅମରନାଥ ଯାତ୍ରା ପାଇଁ ଏପ୍ରିଲ ୧୭ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏନେଇ ବହୁ ସଂଖ୍ୟାର ଲୋକ ଅନୁମତି ପାଇଁ ଅନେକ ବ୍ୟାଙ୍କରେ ପହଂଚୁଛନ୍ତି । ଦକ୍ଷିଣ କାଶ୍ମୀରର ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ଏହି ଗୁମ୍ଫାର ଦର୍ଶନ ୬୨ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ତୀର୍ଥଯାତ୍ରା ଜୁଲାଇ ପହିଲାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ଚାଲିବ ।
ସୂଚନାଯୋଗ୍ୟ ବାବା ଅମରନାଥଙ୍କ ଯାତ୍ରା ୨ଟି ରାସ୍ତାରେ ହେବ । ପ୍ରଥମଟି ଦକ୍ଷିଣ କାଶ୍ମୀର ଅର୍ନ୍ତଗତ ପହଲାଗାମ ମାଧ୍ୟମରେ ଓ ଅନ୍ୟ ରାସ୍ତାଟି କାଶ୍ମୀରର ଗାନ୍ଦରବଲ ଜିଲ୍ଲା ଦେଇ ଯାତ୍ରୀମାନଙ୍କୁ ଯାତ୍ରା କରିବାର ସୁଯୋଗ ମିଳିବ । ଅଧିକାରୀଙ୍କ କହିବା ମୁତାବକ ଏହି ଦୁଇଟି ରାସ୍ତାରେ ଯାତ୍ରା ଏକ ସମୟରେ ଆରମ୍ଭ ହେବ । ଚଳିତବର୍ଷ ଯାତ୍ରା ପାଇଁ ଆଧାର ପ୍ରମାଣିକରଣ ଆଧାରିତ ଫର୍ମ ଜେନେରେସନ ସିଷ୍ଟମ ପ୍ରସ୍ତୁତ କରାଯାଇଛି ।