ଗୋଳାମୁଣ୍ଡା ଇଣ୍ଡିଆନ ଗ୍ୟାସ କୁ ନେଇ ଲୋକାୟୁକ୍ତ ରେ ଅଭିଯୋଗ କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଗୋଳାମୁଣ୍ଡା ଇଣ୍ଡିଆନ ଗ୍ୟାସ କୁ ନେଇ ଲୋକାୟୁକ୍ତ ରେ ଅଭିଯୋଗ ଗ୍ୟାସ ବିତରକଙ୍କ ବିରୁଦ୍ଧରେ ମାନ୍ୟବର ଲୋକାୟୁକ୍ତ ରେ ଅଭିଯୋଗ କରିଛନ୍ତି ତାପସ ମହାନ୍ତି । ଅଭିଯୋଗକାରୀ ଙ୍କ କହିବା ଅନୁସାରେ ଜୟପାଟଣା ଥାନା ଅଧିନ ମତୁଆଲଗୁଡା ଗ୍ରାମର ୧୪୦ ଜଣଙ୍କ ଗ୍ୟାସ କାର୍ଡ ନମ୍ବର ସମାନ ଥିବାରୁ, ଗୋଳାମୁଣ୍ଡା ଗ୍ୟାସ ବିତରକଙ୍କ ଉପରେ, ଜିଲ୍ଲା ପ୍ରଶାସନ ଚଢଉ କରିଥିଲା ଓ ଗ୍ୟାସ ଏଜେନ୍ସି ନାମରେ ଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଗିରଫ ଆଦେଶ ହୋଇଥିବା ବେଳେ ଇସିଏଲ ଏରିଆ ମ୍ୟାନେଜର ବିରୁଦ୍ଧରେ ଜିଲା ପ୍ରଶାସନ ଜୟପାଟନା ଥାନାରେ ଏତଲା ଦେଇଥିଲେ । ତେଣୁ ଗୋଳାମୁଣ୍ଡା ଗ୍ୟାସ ଏଜେନ୍ସି କଟି ଯାଇଥିବା ବେଳେ ପୁଣି କେତେ ମାସ ପରେ ବେଆଇନ ଭାବରେ କଟି ଯାଇଥିବା ଗୋଳାମୁଣ୍ଡା ଗ୍ୟାସ ଏଜେନ୍ସି ଦାୟିତ୍ବ ପାଇଛନ୍ତି ।ସେ ଯେହେତୁ କଳା ତାଳିକାଭୁକ୍ତ ଥିଲେ ଓ ତାକୁ ପୁଣି ଥରେ କେମିତି ଦିଆଗଲା ବୋଲି ଅଭିଯୋଗ କାରୀ ଅଭିଯୋଗ କରିଛନ୍ତି । ଉଜ୍ବଳା ଯୋଜନାରେ ମାଗଣାରେ ଗ୍ୟାସ ଟାଙ୍କି , ଚୁଳା , ରେଗୁଲେଟର ଓ ଗ୍ୟାସ ପାଇପ ବଣ୍ଟନ ରେ ଏକାଧିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ତେଣୁ ସମସ୍ତ ଦସ୍ତାବିଜ କୁ ଜବତ କରି ସମସ୍ତ ଖାଉଟି ଙ୍କ ନିକଟକୁ ଯାଇ ପଚାରିବା ସହିତ, ଲକ୍ ଡାଉନ୍ ସମୟରେ ଗ୍ୟାସ ନ ନେଇ ଆକାଉଣ୍ଟ ରେ ପଇସା ଜମା ହେବା ସହଗ୍ୟାସ ଟାଙ୍କି ବିକ୍ରିକୁ କଳାବଜାରୀ କରିଥିବା ଅଭିଯୋଗ ହୋଇଛି । ତେଣୁ ଏହାର ନିରପେକ୍ଷ ଭାବରେ ତଦନ୍ତ କରିବା ପାଇଁ ମାନ୍ୟବର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛି ବୋଲି ଅଭିଯୋଗକାରୀ ଶ୍ରୀ ତାପସ ମହାନ୍ତି ପ୍ରକାଶ କରିଛନ୍ତି । ଏ ନେଇ ଗୋଳାମୁଣ୍ଡା ଗ୍ୟାସ ଏଜେନ୍ସି, ଗୋଳାମୁଣ୍ଡା ଏମ୍.ଆଇ, କଳାହାଣ୍ଡି ଜିଲା ଯୋଗାଣ ଅଧିକାରୀ ଓ ଆଇ ଓ ସି ଏଲ ର ଏରିଆ ମ୍ୟାନେଜର୍ ଙ୍କ ସମେତ ୪ ଜଣଙ୍କ ନାମରେ ଅଭିଯୋଗ ହୋଇଛି ।
#Kalahandi #IndianGas #NNSODIA