ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଥାଏ । କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ ସେହି ବ୍ୟକ୍ତିଙ୍କ ପାଖରେ କେବେ ବି ଧନର ଅଭାବ ଦେଖାଯାଇନଥାଏ । ମା’ ଙ୍କ କୃପା ଦ୍ୱାରା ଘରେ ସୁଖ-ସମୃଦ୍ଧି ଲାଗି ରହିଥାଏ । ସେହିଭଳି ସାମାନ୍ୟ କିଛି ଭୁଲ ହେଲେ ମା’ ଲକ୍ଷ୍ମୀ ବହୁତ ଜଳଦି ରାଗିଯାଇଥାନ୍ତି । ମା’ ଲକ୍ଷ୍ମୀ ରାଗିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଇଥାଏ ।
ସେହିଭଳି ଆମେମାନେ ଘରେ ସମସ୍ତ ଦେବୀ-ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇଥାଉ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଏହି ପ୍ରତିମାକୁ ସଠିକ୍ ଦିଗରେ ଲଗାଯାଏ ତେବେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏନେଇ ଘରେ ମା’ ଲକ୍ଷ୍ମୀଙ୍କ ପ୍ରତିମା ସ୍ଥାପନ କରିବା ବେଳେ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ମା’ ଙ୍କ ପ୍ରତିମା ରଖିବା ଉଚିତ୍ କେଉଁଠି ରଖିବା ଅନୁଚିତ୍ ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ମା’ ଲକ୍ଷ୍ମୀଙ୍କ ଫଟୋ କିମ୍ବା ପ୍ରତିମା ଉତ୍ତର ଦିଗରେ ଲଗାନ୍ତୁ । କୁହାଯାଏ ଏହି ଦିଗରେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଭୁଲରେ କେବେ ବି ଦକ୍ଷିଣ ଦିଗରେ ମା’ଙ୍କ ପ୍ରତିମା ରଖନ୍ତୁ ନାହିଁ ।
ଘରେ ମା’ ଲକ୍ଷ୍ମୀଙ୍କର କେଉଁ ପ୍ରତିମା ରଖିବା ହୋଇଥାଏ ଶୁଭ
ଭଗବାନ ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀ ଏକାଠି ରହିଥିବାର ଫଟୋ ଘରେ ରଖିବା ଅତ୍ୟନ୍ତ ଶୁଭ । ଏଥିସହ ମା’ ପଦ୍ମ ଫୁଲ ଉପରେ ବସିଥିବାର ଫଟୋ ମଧ୍ୟ ଘରେ ରଖିବା ଅତି ଶୁଭକର ବୋଲି କୁହାଯାଇଥାଏ ।