କେନ୍ଦ୍ରାପଡା ବ୍ଲକ ଗରାପୁରର ଗୋପାଳଜୀୟୁଙ୍କ ମନ୍ଦିରରେ ଆଜି ଭକ୍ତମାନଙ୍କ ଗହଳିଚହଳି ଲାଗି ରହିଛି । ସକାଳୁ ସକାଳୁ ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭିଡ ଲଗାଇଛନ୍ତି । ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଦ୍ବାପରଯୁଗରେ ପାପର ବିନାଶ ତଥା କଂସାସୁରର ବଦ୍ଧ କରିବା ପାଇଁ ମାତା ଦେଵକୀଙ୍କ ଗର୍ଭରୁ ବାସୁଦେବଙ୍କ ଆବିର୍ଭାବର ସେଇ ଅବିସ୍ମରଣୀୟ ଦିନ କୁ ଲୋକମାନେ ଜନ୍ମାଷ୍ଟମୀ ବା ନନ୍ଦୋତ୍ସବ ଭାବେ ପାଳନ କରିଥାନ୍ତି। ଶ୍ରୀକୃଷ୍ଣ ଭକ୍ତଗଣ ଆଜିର ଏହି ଜନ୍ମାଷ୍ଟମୀ ପର୍ଵକୁ ମହାଆଡମ୍ବରରେ ପାଳନ
କରିଥାନ୍ତି । ବିଶେଷ କରି ଯାଦବମାନେ ଯୁଗ ଯୁଗ ଧରି ଏହି ପୌରାଣିକ ଲୋକକଥାକୁ ଗାଁ ଗଣ୍ଡାରେ ରେ ବହୁ ଉତ୍ସାହର ସହ ପାଳନ କରିଥାନ୍ତି। ପ୍ରତ୍ୟେକ ବର୍ଷ କରୋନାର ଭୟ ଏବେ ଲୋକଙ୍କ ଗହଳିଚହଳିରେ ରୋକ ଲଗାଇଛି । ତଥାପି ଭକ୍ତଗଣ ଭଗବାନଙ୍କ ଠାରୁ ନିଜକୁ ଅଲଗା କରିପାରି ନାହାନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ କେନ୍ଦ୍ରାପଡା ଗରାପୁରର ଗୋପାଳଜୀୟୁଙ୍କ ମନ୍ଦିରକୁ ଛୁଟି ଆସିଛନ୍ତି । ଧୂପ ଦୀପ ନୈବେଦ୍ୟ ଅର୍ପଣ କରି କୃଷ୍ଣଙ୍କ ମନପସନ୍ଦର ଭୋଗ ପେଡା ଆଉ ସରଲବଣୀ ଅର୍ପଣ କରିଛନ୍ତି ।
Janmashtami in Kendrapara #NNSODIA