ଏନଏନଏସ୍: ପୁଣି ଥରେ ବିମାନ ସେବା ବାତିଲ୍ କରିଛି ଗୋ ଫାଷ୍ଟ ଏୟାରଲାଇନ୍ସ । କମ୍ପାନୀ ଦେବାଳିଆ ସ୍ଥିତିରେ ରହିଥିବାରୁ ପ୍ରତିଦିନ ଉଡାଣ ବାତିଲ୍ କରୁଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମଧ୍ୟ ବିମାନ ଉଡାଣ ସେବା ବନ୍ଦ ରହିବ । ଏନେଇ ବୋଲି କମ୍ପାନୀ ଟ୍ୱିଟ୍ କରି ସୂଚନା ଜାରି କରିଛି ।
କମ୍ପାନୀ ସୂଚନା ଅନୁଯାୟୀ ବୈଷୟିକ ତ୍ରୁଟି ଯୋଗୁଁ ଏୟାରଲାଇନ୍ସ ସମସ୍ତ ବିମାନ ଉଡାଣ ୧୨ ତାରିଖ ଯାଏଁ ବାତିଲ କରିଛି । ସମସ୍ତ ଯାତ୍ରୀଙ୍କୁ ଟିକେଟ ରିଫଣ୍ଡ ମଧ୍ୟ ଯୋଗାଇ ଦେବ । ପ୍ରଭାବିତ ଯାତ୍ରୀ ନିଜର ସଂପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବେ ।
ଅନ୍ୟପଟେ ଡିଜିସିଏଙ୍କ ସୂଚନା ମୁତାବକ, ଆସନ୍ତା ୧୫ ମେ ପର୍ୟ୍ୟନ୍ତ ସମସ୍ତ ବିମାନର ଟିକେଟ ବିକ୍ରି ଉପରେ ରୋକ୍ ଲାଗିଛି । ଏହାଛଡା ଏୟାରଲାଇନ୍ସ କମ୍ପାନୀଙ୍କୁ ସମସ୍ତ ଯାତ୍ରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିସିଏ ।