ଆଜିଠୁ ରାଜଧାନୀ ଦିଲ୍ଲୀରେ ବିଶ୍ୱ ବୌଦ୍ଧ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ଦୁଇଦିନ ଧରି ଚାଲିବ । ଦିନ ୧୦ଟାରୁ ଦିଲ୍ଲୀର ଅଶୋକ ହୋଟଲରେ ଏହି କାଯ ର୍୍ୟକ୍ରମ ଆରମ୍ଭ ହୋଇଛିା ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୩୦ଟି ରାଷ୍ଟ୍ର ଯୋଗ ଦେବେ । ଆନ୍ତର୍ଜାତୀୟ ବୌଦ୍ଧ ସଂଘ ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମର ଆୟୋଜନା କରିଛନ୍ତି । ଏହି ବୌଦ୍ଧ ସମ୍ମିଳନୀ ରେ ବିଷୟବସ୍ତୁ ରହିଛି ରେସପନ୍ସ ଟୁ କଣ୍ଟେମ୍ପରାରି ଚ୍ୟାଲେଞ୍ଚ ।
ସୂଚନାଯୋଗ୍ୟ ଏହି କାର୍ଯ୍ୟକ୍ରମ ରେ ଶ୍ରୀଲଙ୍କା, ଥାଇଲାଣ୍ଡ, ଭିଏତନାମ, ଦକ୍ଷିଣ କୋରିଆ , ଜାପାନ, ମେକ୍ସିକୋ ଓ ମିଆଁମାରର ପ୍ରତିନିଧିତ୍ୱ ଦଳ ଯୋଗ ଦେବେ । ବୌଦ୍ଧ ଧର୍ମ ଓ ଶାନ୍ତି ଜଳବାୟୁ ସଙ୍କଟ, ସ୍ୱସ୍ଥ୍ୟ ଓ ସ୍ଥିରତା, ନାଳନ୍ଦା ବୁଦ୍ଧିଷ୍ଟ ପରମ୍ପରା ସଂରକ୍ଷଣ ପ୍ରସଙ୍ଗରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ତିଦ୍ଦତ ଧର୍ମଗୁରୁ ଦଲେଇଲାମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।