ଏନଏନଏସ୍: ନନ୍ଦନକାନନକୁ ଆସିବ ନୂଆ ଅତିଥି। ବାଘ ଓ ଘଡ଼ିଆଳ ବଦଳରେ ନନ୍ଦନକାନନକୁ ଆସିବ ଗିବନ ଓ ଚିତାବିରାଡ଼ି। ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ବଦଳରେ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡ଼ି ଆସିବେ। ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟି ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ଗ୍ରହଣ କରିଛନ୍ତି।
ବାଘ ମଧ୍ୟରେ ଅଛନ୍ତି ନାଲି ରଙ୍ଗର ସୋହିନୀ ଓ ରକି। ଦୁଇ ବାଘ ଓ ଘଡ଼ିଆଳ କୁମ୍ଭୀରଙ୍କୁ ସ୍ୱତନ୍ତ୍ର ଜନ୍ତାରେ ଭର୍ତି କରି ଟ୍ରକରେ ଲଦି ନନ୍ଦନକାନନର ୬ଜଣିଆ ଟିମ୍ ଇଟାନଗର ଗସ୍ତ କରିବେ। ସେଠାରେ ପହଞ୍ଚିବା ପରେ ଚୁକ୍ତି ମୁତାବକ ଏକ ହଳ ହୁଲକ ଗିବନ ଓ ଏକ ହଳ ଚିତା ବିରାଡ଼ି ନନ୍ଦନକାନନକୁ ଆଣିବେ। ଏମାନଙ୍କୁ ଆଣିବା ପାଇଁ ଅତିକମରେ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଉଛି।