ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଲାଗି ରହୁଛି । ଚାଲିଛି ମହାପଞ୍ଚୁକ ବ୍ରତ।ଆଜି ବଡ଼ସିଂହାର ସହ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।
ରାତି ୩ ଟାରୁ ବାବାଙ୍କର ପହଡ ଖୋଲାଯାଇଥିଲା । ପରେ ୧୦୮ ଗରା ଜଳରେ ସ୍ନାନ କରିବାପରେ ଧିରେ ଧିରେ ସବୁ ନିତି କାର୍ଯ୍ୟ ସରିଗଲା ପରେ ଦର୍ଶନ ଲାଗି ଭକ୍ତ ମାନଙ୍କୁ ଛଡା ଯାଇଥିଲା ।
ଏହା ସହ ସରିଛି ବାବା ଧବଳେଶ୍ବରଙ୍କ ବଡଓଷା । ବାବା ଧବଳେଶ୍ୱରଙ୍କ ପାଖରେ ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ ଲାଗି ହୋଇଛି । ରାତି ସାରା ଉଜାଗର ରହି ଭକ୍ତ ମାନେ ଭୋଗ ପାଇ ବେଶ ଆନନ୍ଦିତ ହୋଇଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ସମ୍ପୂର୍ଣ୍ଣ କରିଥାନ୍ତି ।