ଅବହେଳିତ କାର୍ଯ୍ୟ ବିରୋଧ ରେ ମୁହଁ ଖୋଲିଲେ ଏତଲା ର ଧମକ , ଖାଲି ଧମକ ନୁହେଁ ପ୍ରତିକ୍ରିୟା ରଖିଥିବା ବ୍ୟକ୍ତି ଙ୍କୁ ଚାକିରି ରୁ ଛଟେଇ କରିବାକୁ ମଧ୍ୟ ଚେତାବନୀ ଦେଉଛନ୍ତି ,
କେନ୍ଦ୍ରାପଡା ପୌର ପରିଷଦ ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ରେ କୁଢ଼ ଆବର୍ଜନା ଗଦା ହୋଇଥିବାର ସ୍ଥାନୀୟ କଜଳା ର କିଛି ଗ୍ରାମ ବାସୀ ପ୍ରତିକ୍ରିୟା ଦେଇଥିଲେ ସ୍ୱଚ୍ଛ ସାଥୀ ନିଜ ଦାୟିତ୍ବ ଠିକ୍ ସେ ତୁଲାଇ ନଥିବାରୁ କଜଳା ର ବିଭିନ୍ନ ସ୍ଥାନରେ ଆବର୍ଜନା ଗନ୍ଧ ଲୋକଙ୍କୁ ଅଣ ନିଶ୍ୱସି କରି ପକାଇଥିଲା ଫଳରେ ସ୍ଥାନୀୟ ଲୋକେ ଗଣ ମାଧ୍ୟମ ଦ୍ଵାରା ନିଜର ଦାବି ଉପସ୍ଥାପନା କରିଥିଲେ, ହେଲେ ନିଜ ସତ୍ୟତା ଧରା ପଡିଯିବାରୁ ୨୧ ନମ୍ବର ୱାର୍ଡ ସ୍ୱଚ୍ଛ ସାଥୀ ର ମେମ୍ବର ଜଣକ ରାଗିକି ନିଆଁ ହୋଇ ଯାଇ ପ୍ରତିକ୍ରିୟା ଦେଇଥିବା ବ୍ୟକ୍ତି ଙ୍କୁ ଧମକାଇବା ସହିତ ଖବର ପ୍ରସାରଣ କରିଥିବା ଗଣ ମାଧ୍ୟମ ପ୍ରତିନିଧି ଙ୍କ ଘର ଆଗରେ ମଧ୍ୟ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ଶହ ଏତଲା ଦେବା ର ଧମକ ମଧ୍ୟ ଦେଇଥିଲେ ପରେ ସାମ୍ବାଦିକ ମାନଙ୍କ ଏକ ଟିମ୍ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ପ୍ରତିକ୍ରିୟା ଆଣିବାକୁ ଯାଇଥିଲେ ସେଠୀ ମଧ୍ଯ ଦବଙ୍ଗଗିରି ଦେଖାଇବାକୁ ପଛାଇ ନଥିଲେ ଏହି ସ୍ବଚ୍ଛ ସାଥୀ ର ସଦସ୍ୟା , ଏହି ଘଟଣାର ତଦନ୍ତ କରି ସ୍ବଚ୍ଛ ସାଥି ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାପଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରାସାଦ ବଳ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି , ଅନ୍ୟ ପକ୍ଷରେ ଏଭଳି ଦାୟିତ୍ବ ହୀନତା କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ସମୟ ସାପେଖ୍ୟ ,ତେବେ ଅବ୍ୟବସ୍ଥାକୁ ଦୂର କରିବା ପାଇଁ ଖବର ସଂଗ୍ରହ କରିବା ଓ ତା ବିରୋଧ ରେ ମୁହଁ ଖୋଲିବା କଣ ସମସ୍ତ ଙ୍କ ଦାୟିତ୍ବ ନୁହେଁ ଏହା ର ପତି ବଦଳ ରେ ଧମକ ଦେବା କେତେ ଦୂର ଠିକ୍ ଏ ବିଚାର ଆପଣ ଙ୍କ ର