ଆଜି ଅକ୍ଟୋବର ୨ପବିତ୍ର ଗାନ୍ଧୀ ଜୟନ୍ତୀ। ଦେଶ ମନେ ପକାଉଛି ଜାତିର ପିତାଙ୍କୁ, ଦେଶବାସୀ ମନେ ପକାଉଛନ୍ତି ବାପୁଙ୍କ ତ୍ୟାଗ, ନିଷ୍ଠା ଆଉ ଦେଶ ପ୍ରତି… ଦେଶବାସୀଙ୍କ ପ୍ରତି ଭଲ ପାଇବାକୁ। ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ ପୋରବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିବା ମୋହନଦାସ କରରମଚାନ୍ଦ ଗାନ୍ଧୀ ଯେ ଦିନେ ଜାତିର ପିତା ଭାବେ ପରିଚିତ ହେବେ କେହି କେବେ କଳ୍ପନା କରିନଥିଲେ। ବ୍ରିଟିଶ ସରକାରଙ୍କ ଭାରତ ଆଗମନର ୧୫୦ ବର୍ଷ ପର୍ଯ୍ୟନ୍ତ ଯେତେବେଳେ କେହି ବି ସେମାନଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିନଥିଲେ। ଠିକ୍ ସେତେବେଳେ ଏକ ଆନ୍ଦୋଳନର ରୂପ ନେଇ ଜନ୍ମ ନେଇଥିଲେ ମୋହନ ଦାସ କରମଚାନ୍ଦ ଗାନ୍ଧୀ। ସେ ସର୍ବଦା ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ ଏବଂ ସତ୍ୟର ମାର୍ଗରେ ଯିବାକୁ କୁଣ୍ଠାବୋଧ କରୁନଥିଲେ। ସତ୍ୟ ଓ ଅହିଂସାକୁ ନେଇ ବାପୁଙ୍କ ବିଚାର ଏବେ ବି ବିଶ୍ବକୁ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଉଛି।…
ରାଷ୍ଟ୍ର ପାଇଁ ନିଜର ସର୍ବସ୍ବ ଛାଡି ସେ ଦେଶପ୍ରେମକୁ ସେ ନିଜର ବ୍ରତ ରୂପେ ପାଳନ କରିଥିଲେ। କଳା-ଗୋରା ଭେଦଭାବଠୁ ଆରମ୍ଭ କରି, ଭାରତଛାଡ, ଅସହଯୋଗ ଆନ୍ଦୋଳନ, ସ୍ଵଦେଶୀ ଆନ୍ଦୋଳନ ମାଧ୍ୟମରେ ସେ ଭାରତର ଘରେ ଘରେ ପରିଚିତ ହୋଇପାରିଥିଲେ। କେବଳ ଯେ ହିଂସା ମାଧ୍ୟମରେ, ଯୁଦ୍ଧ ଦ୍ଵାରା ଜୋର ଜବରଦସ୍ତ ବିଜୟ ହାସଲ ଏବଂ ଅଧିକାର ହାସଲ କରିହୁଏ ତାକୁ ମହାତ୍ମା ଗାନ୍ଧୀ ମିଛ ପ୍ରମାଣିତ କରି ସମାଜରେ ଅହିଂସା ଭାବର ମଞ୍ଜି ବୁଣିଥିଲେ।…
ସ୍ଵାଧିନତା ଆନ୍ଦୋଳନ ଭିତରେ ଗାନ୍ଧିଜୀ ସର୍ବଦା ସ୍ଵଛତା, ଶିକ୍ଷା, ନାରୀ ସଶକ୍ତିକରଣ, ଜାତିଭେଦ ଦୂରୀକରଣ ଉପରେ ଗୁରୁତ୍ୱ ଦେଉଥିଲେ। ସମାଜର ତୃଣମୂଳ ସ୍ତରରୁ ହିଁ ସମାଜର ପରିବର୍ତ୍ତନ ହୁଏ ବୋଲି ସେ ବିଶ୍ୱାସ ରଖିଥିଲେ। ବିଦେଶୀ ବସ୍ତ୍ର ବଦଳରେ ସେ ସ୍ଵଦେଶୀ ଖଦି ବସ୍ତ୍ର ଉପରେ ପ୍ରାଧାନ୍ୟ ଦେଉଥିଲେ। ଏମିତି କି ସେ ନିଜେ ଅରଟରେ ସୁତା କାଟି ବ୍ୟବହାର କରିବା ସହିତ ଅନ୍ୟକୁ ମଧ୍ୟ ସ୍ଵଦେଶୀ ଆପଣାଇବାକୁ ପରାମର୍ଶ ଦେଇଥିଲେ।
ସେହିପରି ଆଜି ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ବାରଣାସୀରେ ମୋଗଲ ସରାଇର ଏକ ଗରୀବ ପରିବାରରେ ତାଙ୍କର ଜନ୍ମ । ଜାତିର ପିତା ମହାତ୍ମା ଗାନ୍ଧୀଜୀ ଏବଂ ତାଙ୍କ ଜନ୍ମ ଗୋଟିଏ ଦିନରେ । ପିଲାଟି ବେଳୁ ଶାସ୍ତ୍ରୀଜୀ ଖୁବ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ଶାସ୍ତ୍ରୀଜୀ ବାହାରୁ ଦେଖିବାକୁ ଯେମିତି ସାଧାରଣ ଦେଖାଯାଉଥିଲେ, ସେମିତି ମନରୁ ଶାନ୍ତ ଓ ନିର୍ମଳ ସ୍ବଭାବର ଥିଲେ ।ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ସ୍ବାଧୀନତା ଲଢେଇରେ ତାଙ୍କ ଅବଦାନ ଥିଲା ଅବିସ୍ମରଣୀୟ । ୧୯୨୦ ମସିହାରେ ଶାସ୍ତ୍ରୀଜୀ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଲବଣ ସତ୍ୟାଗ୍ରହରେ ମଧ୍ୟ ମୁଖ୍ୟ ଭୂମିକା ନିଭାଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ବହୁ ଅନୁପ୍ରାଣିତ ହୋଇଥିଲେ । ଗାନ୍ଧିଙ୍କ ବିଚାର ଏବଂ ଜୀବନଶୈଳୀ ତାଙ୍କୁ ପ୍ରେରଣା ଯୋଗାଉଥିଲା।