କେନ୍ଦ୍ରାପଡାର ବହୁ ପ୍ରତିକ୍ଷିତ ଗଜଲକ୍ଷ୍ମୀଙ୍କ ଭଷାଣି ଉତ୍ସବ ଶେଷ ହୋଇଛି । ପରମ୍ପରା ଅନୁସାରେ ପୁରୁଣା ମଟରଷ୍ଟାଣ୍ଡ ଓ ନୂଆ ମଟରଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀଙ୍କ ସମ୍ପର୍କରେ ଭଟାପଡିନି । କୋଭିଡ କଟକଣା ଯୋଗୁ ଚଳିତ ବର୍ଷ ପ୍ରଶାସନିକ ଚାପ ଯୋଗୁ ଠାକୁରମାନେ ଏବର୍ଷ ପୁରୁଣା ମଟରଷ୍ଟାଣ୍ଡ ମେଳନ ପଡିଆ ଓ ସାନ୍ତସାହି ମେଳନ ପଡିଆକୁ ଭୋଗ ଖାଇବାକୁ ଯାଇନଥିଲେ । ମେଳନ କମିଟି ଥାନପତିଙ୍କ ପକ୍ଷରୁ ଭୋଗ ପ୍ରତି ପୂଜା ମଣ୍ଡପକୁ ପଠାଇଦିଆଯାଇଥିଲା । ଭୋଗ ଖାଇସାରି ଠାକୁରଙ୍କ ମେଢଗୁଡିକୁ ବିସର୍ଜନ ଆଟମାନଙ୍କରେ ଜଳାଭିଷେକ କରାଯାଇଛି । ପରମ୍ପରା ଅନୁସାରେ ସହରର ମେଳନ ଉତ୍ସବରେ ଯୋଗଦେଉଥିବା ୪୮ଟି ମେଢଙ୍କ ମଧ୍ୟରୁ ନୂଆ ମଟରଷ୍ଟାଣ୍ଡ ଥାନପତି ଓ ପୁରୁଣା ମଟରଷ୍ଟାଣ୍ଡ ଥାନପତି ଠାକୁରଙ୍କୁ ଛାଡି ୪୬ଟି ମେଢ ବିସର୍ଜନ ଶେଷରେ ପୁରୁଣା ମଟରଷ୍ଟାଣ୍ଡ ଥାନପତି ତାଙ୍କ ମଣ୍ଡପ ନିକଟରୁ ବାହାରିଥିଲେ ବିଷର୍ଜନ ଘାଟକୁ । ବିସର୍ଜନ ଘାଟ ନିକଟରେ ଅପେକ୍ଷା କରିଥିଲେ ନୂଆମଟରଷ୍ଟାଣ୍ଡର ଥାନପତି ଗଜଲକ୍ଷ୍ମୀ । ପୁରୁଣା ମଟରଷ୍ଟାଣ୍ଡ ଥାନପତି ବିସର୍ଜନ ଘାଟ ନିକଟରେ ପହଞ୍ଚିବାପରେ ପରମ୍ପରା ଅନୁସାରେ ନୂଆ ମଟରଷ୍ଟାଣ୍ଡ ଥାନପତି ଗଜଲକ୍ଷ୍ମୀ ପୁରୁଣା ମଟରଷ୍ଟାଣ୍ଡ ଗଜଲକ୍ଷ୍ମୀଙ୍କୁ ଭୋଗ ସମର୍ପଣ କରିବାପରେ ପୁରୁଣା ମଟରଷ୍ଟାଣ୍ଡ ଥାନପତି ଆଗେ ଜଳଗମନ କରିଥିଲେ ପରେପରେ ନୂଆ ମଟରଷ୍ଟାଣ୍ଡ ଥାନପତିଙ୍କୁ ଜଳାଭିଷେକ କରାଯାଇ ମେଳନ ସମାପ୍ତ ହୋଇଛି । ଏବର୍ଷ ମଧ୍ୟ ଗଜଲକ୍ଷ୍ମୀଙ୍କ ମେଳନରେ ନା ବାଜିଲା ବାଜା ନା ନା ବାଜିଲା ବାଇଦ । ଘଣ୍ଟ ଶଂଖ ବଜାଇ ଏବର୍ଷ ମା’ଙ୍କୁ ମେଲାଣି ଦେଲେ ଭକ୍ତଗଣ ।