ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡିଶାରେ ଅଗ୍ନିବର୍ଷା ହେଉଥିବାବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ହୀରାକୁଦରେ ୩୬.୪ , ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪, ବରଗଡରେ ୩୫.୪, ସୁନ୍ଦରଗଡରେ ୩୪ ଡିଗ୍ରୀ ଓ ତାଳଚେରରେ ତାଳଚେରରେ ୩୪.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।
ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଜନଜୀବନକୁ କଲବଲ କରୁଛି। ଆଜି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ହେବା ସହ ଗୁଳୁଗୁଳି ହେବ ଓ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗତକାଲିଠୁ ବୁଲେଟିନ ଜାରି କରି ସାରିଛି। ଆଜି ଦିନ ଅପେକ୍ଷା ରାତିରେ ଗୁଳୁଗୁଳି ଅଥୟ କରିବ। ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିସାରିଛି ।