ବନ୍ଧୁତ୍ବ ଏକ ବହୁମୂଲ୍ୟ ସମ୍ପର୍କ । ଯେଉଁଥିରେ ଧର୍ମ, ବର୍ଣ୍ଣ, ଜାତି କିମ୍ବା କୋୖଣସି ନୀତି ନିୟମର ରୋକ ନଥାଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ | ଏହା ଲୋକମାନଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱକୁ ଆହୁରି ସୁଦୃଢ କରିବା ପାଇଁ ଏକ ଖାସ ଦିନ | ଯାହାକୁ ସମାଜର ସବୁ ବର୍ଗର ଲୋକ ବିଶେଷ କରି ଯୁବପିଢ଼ି ବେଶ ଆନନ୍ଦର ସହିତ ପାଳନ କରିଥାନ୍ତି । ବନ୍ଧୁତା ଦିବସ ପ୍ରଥମେ ପାରାଗୁଏରେ ୧୯୫୮ ରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ପାଳନ କରାଯାଇଥିଲା | ୧୯୩୦ ମସିହାରେ ହଲମାର୍କ କାର୍ଡର ପ୍ରତିଷ୍ଠାତା ଥିବା ଜଣେ ଜୋଏସ୍ ହଲ୍ ଦ୍ୱାରା ଏହା ଆରମ୍ଭ ହୋଇଥିଲା | ଯେଉଁ ଦିନ ଲୋକମାନେ ସେମାନଙ୍କର ବନ୍ଧୁତା ପାଳନ କରିବେ ସେହି ଦିନକୁ ଚିହ୍ନିବା ହଲ୍ ର ଧାରଣା ଥିଲା | ମିଳିତ ଜାତିସଂଘ ୧୯୮୮ ରେ ଟବି ଭାଲୁ ୱିନି ପୁହଙ୍କୁ ବନ୍ଧୁତ୍ୱର ରାଷ୍ଟ୍ରଦୂତ ଭାବରେ ଚିହ୍ନିତ କରିଥିଲେ ଏବଂ ଜୁଲାଇ ୩୦ କୁ ୨୦୧୧ ରେ ୬୫ ତମ ଜାତିସଂଘର ଅଧିବେଶନରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ମନୋନୀତ କରାଯାଇଥିଲା। ବନ୍ଧୁତ୍ୱର ପରିଭାଷାକୁ ନେଇ ଯଦି କିଛି ନିଆରା ଅନୁଭୂତି ଆପଣଙ୍କର ଅଛି ଆମକୁ କମେଣ୍ଟରେ ଜଣାନ୍ତୁ । କିଛି ବଛା ବଛା କାହାଣୀ ଆମ ୱେବସାଇଟରେ ସ୍ଥାନିତ କରାଯିବ
#HAPPYFRIENDSHIPDAY 2021 #FRIENDSHIP #NNSODIA