ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା wifi ଓ 1 GB ଡାଟା । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ସେହିପରି ଛାତ୍ରଛାତ୍ରୀଙ୍କୁ ସ୍ପୋର୍ଟସ ପଲିସି ଓ ଷ୍ଟାର୍ଟ ଅଫ ପଲିସି ସୁବିଧା ଯୋଗାଇ ଦିଆଯିବ । ଏନେଇ ସିଭିଲ ସର୍ଭିସ ପାଇଁ ନୂଆ ମଡେଲରେ କୋଚିଂ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ପରୀକ୍ଷା କରି ୨ଶହ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି ।