ଭୁବନେଶ୍ୱର(ଏନଏନଏସ୍): ଆସନ୍ତା ୩ବର୍ଷ ପାଇଁ ଚାଷୀଙ୍କ ଶସ୍ୟବୀମା ସମ୍ପୂର୍ଣ୍ଣ ମାଗଣା । ଆଉ ଚାଷୀଙ୍କୁ ଫସଲ ବୀମା ବାବଦକୁ ଟଙ୍କା ଦେବାକୁ ପଡ଼ିବନି । ଏହି ଯୋଜନା ଚାଷୀମାନଙ୍କ ପାଇଁ ୨୦୨୩ ଖରିଫରୁ ୨୦୨୫-୨୬ ରବି ପର୍ଯ୍ୟନ୍ତ ଲାଗୁ ହେବ । କିନ୍ତୁ ଏହି ସୁବିଧା ପାଇଁ ଚାଷୀମାନଙ୍କୁ ଫସଲ ବୀମା ପୋର୍ଟାଲଷର ନାମ ପଞ୍ଜୀକରଣ କରିବାକୁ ପଡ଼ିବ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି ।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଯେଉଁଥିରେ ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖସଚିବ ବୀରବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।