ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମଙ୍ଗଳବାର ଭୋର ୩.୨୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ହୋଇଥିଲା। ନିକଟରେ ଅସୁସ୍ଥ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ପୁରୀ ବିଧାନସଭା ଆସନରୁ ସେ ଲଗାତର ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ପୁରର ଅଞ୍ଚଳରୁ ପ୍ରତିନିଧତ୍ୱ କରିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଯେ ଓଡ଼ିଶା ବିଧାନସଭାରେ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ।