ଏନଏନଏସ୍: ଜଗତସିଂହପୁର ଜିଲ୍ଲାର ପୂର୍ବତନ ସଂସାଦ ବିରିଷ୍ଠ ରାଜନେତା ତ୍ରିଲୋଚନ କନୁନ୍ଗୋଙ୍କ ଦେହାନ୍ତ । ଚିକିତ୍ସାଧିନ ଅବସ୍ଥାରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ କାନୁନଗୋଙ୍କୁ ବୟସ ହୋଇଥିିଲା ୮୩ବର୍ଷ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିବା ସୂଚନା ମିଳିଛି । ଗତ ମାର୍ଚ୍ଚ ୩୦ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳ ୭ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣିବା ପରେ ସବୁଆଡେ ଖେଳି ଯାଇଛି ଶୋକର ଛାୟା ।
ଓଡ଼ିଆ ରାଜନୀତିରେ ଜଣେ ଅଭିଜ୍ଞ ରାଜନେତା ସହ ଶିକ୍ଷାବିତ ଓ ଅର୍ଥନୈତିଜ୍ଞ ଥିଲେ ତ୍ରିଲୋଚନ । ସେ ତିନିଥର ବିଧାୟକ ହୋଇଥିବା ବେଳେ ଥରେ ବିଜେଡି ଟିକେଟରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ତ୍ରିଲୋଚନ କାନୁନଗୋ ରାଜ୍ୟ ଅର୍ଥ କମିସନର ଅଧ୍ୟକ୍ଷତା କରିଥିଲେ । ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ”ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ବିଷୟରେ ଜାଣି ମୁଁ ଦୁଃଖିତ । ଜନସେବା କ୍ଷେତ୍ରରେ ତାଙ୍କର କାର୍ୟ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।”