ଭୁବନେଶ୍ୱର,୧୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଆମେ ଯଦି କହିବୁ ସୁନ୍ଦର ଦେଖାହେବାକୁ ଚାହୁଁଛନ୍ତି କି? ତାହାଲେ କରନ୍ତୁ ପକ୍ଷୀ ମଳରେ ଫେସିଆଲ। ଆପଣ ନିଶ୍ଚିତ ଭାବେ ଆମକୁ ଗାଳି କରିବେ। ଆଜ୍ଞା ହଁ , ଆମେ ମିଛ କହୁନୁ ଏହି ଫେସିଆଲ ଭାରି ପ୍ରଭାବଶାଳୀ । ତାହାଲେ ଜାଣନ୍ତୁ ଏହି ଫେସିଆଲର କେମିତି କରାଯାଏ ଓ ଏହାର ଦାମ କେତେ
ଆଜିକାଲି ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ତାହା ଘରୋଇ ଫେସପ୍ୟାକ ହେଉ କିମ୍ବା ଅସ୍ତ୍ରୋପଚାର କିଛି ବି ଛାଡ଼ନ୍ତି ନାହିଁ। ଏମିତିକି ଅଧିକ ଗ୍ଲୋ ପାଇଁ ପାର୍ଲରକୁ ଯାଇ ବିଭିନ୍ନ ଫେସିଆଲ ମଧ୍ୟ କରନ୍ତି। ନିକଟରେ ଏକ ଫେସିଆଲ ବେଶ ଭାଇରାଲ ହୋଇଛି । ଯାହା ହେଉଛି ପକ୍ଷୀ ମଳ ଫେସିଆଲ ପକ୍ଷୀ ମଳ ଫେସିଆଲ । କୁହାଯାଉଛି ଏହି ଫେସିଆଲ ବ୍ୟବହାର ଫଳରେ ମୁହଁରେ କୁଆଡେ ଚମକ ଆସୁଛି ।
ତେବେ ଦେଖିବାକୁ ଗଲେ ପକ୍ଷୀ ମଳରେ ଫେସିଆଲ କରିବା କୌଣସି ନୂଆ ପଦ୍ଧତି ନୁହେଁ, ବରଂ ଏହା ଏକ ପ୍ରାଚୀନ ପଦ୍ଧତି ଯାହା ଆଜି ପର୍ଯ୍ୟନ୍ତ ଲୋକମାନେ ବ୍ୟବହାର କରୁଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଚର୍ମକୁ ସୌନ୍ଦର୍ଯ୍ୟକରଣ ଏବଂ କୋମଳ କରିବା ପାଇଁ ପକ୍ଷୀମାନଙ୍କ ମଳକୁ ମୁହଁରେ ଲଗାଯାଏ। ଏହାକୁ ବାର୍ଡ ପୁପୁ ଫେସିଆଲ କୁହାଯାଏ। କିନ୍ତୁ ଏହା ଯେକୌଣସି ପକ୍ଷୀ ମଳରୁ ପ୍ରସ୍ତୁତ ହୁଏ ନାହିଁ। ଏହା ଏକ ନିର୍ଦ୍ଦିଷ୍ଟ ଚଢ଼େଇ ମଳରୁ ତିଆରି ହୁଏ। ଏହାକୁ ‘Nightingale Poop Facial’ କୁହାଯାଏ , କାରଣ ଏହା ବୁଲବୁଲ ପକ୍ଷୀର ମଳରୁ ତିଆରି କରାଯାଇଥାଏ।
ଡେଲି ମେକ୍ ଅନୁଯାୟୀ ଏହାକୁ ‘ଜାପାନିଜ୍ ଫେସିଆଲ୍’ ବା ‘ଗିସା ଫେସିଆଲ୍’ ମଧ୍ୟ କୁହାଯାଏ। ଜାପାନୀ ନୃତ୍ୟ ନାଟକ କାବୁକି ପ୍ରଦର୍ଶନ କରୁଥିବା ମହିଳା ଜାପାନୀ କଳାକାର ଗିଶା ଓ କଳାକାରମାନେ ୧୭ ଶତାବ୍ଦୀରେ ଏହାର ବ୍ୟବହାର କରିବା ଆରମ୍ଭ କରିଥିଲେ। କଳାକାରମାନଙ୍କୁ ସୀସା(Led) ମିଶ୍ରିତ ମେକଅପ ପ୍ରୟୋଗ କରିବାକୁ ପଡୁଥିଲା, ଯେଉଁ କାରଣରୁ ସେମାନଙ୍କର ଚର୍ମ ନଷ୍ଟ ହୋଇଯାଇଥିଲା। ସେହି ସମୟରେ ମୁହଁରେ ପକ୍ଷୀ ମଳ ଲଗାଇ ସେମାନେ ଦେଖିଲେ ଚର୍ମ ଚମକି ଉଠୁଛି ଏବଂ ନରମ ହୋଇଯାଉଛି।