ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୧୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏହି ଘଟଣା ଘଟିଛି। ବିକେସି ମୁଖ୍ୟ ରାସ୍ତା ଓ ସାନ୍ତା କ୍ରୁଜ୍-ଚେମ୍ବୁର ଲିଙ୍କ୍ ରୋଡ୍କୁ ସଂଯୋଗ କରିବା ପାଇଁ ଚାଲିଥିବା ନିର୍ମାଣାଧୀନ ଫ୍ଲାଏଓଭର ଏକ ଅଂଶ ଭୁଶୁଡ଼ି ପଡ଼ିଛି।