ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସୋମପୁର ପଞ୍ଚାୟତ ଅଣଖିଆ ଗ୍ରାମ ନିକଟ ହଂସୁଆ ନଦୀ ବନ୍ଧର ଅଣଖିଆରେ କୋଡିଏଫୁଟ ଓସାର ଘାଇ ସୃଷ୍ଟି ହୋଇଛି।ହଂସୁଆର ଉଦ୍ଦବୁଦ ପାଣି ଯୋଗୁଁ ଏରସମା ବ୍ଲକର ସୋମପୁର, ପଇଦା,ପୋଖରିଆପଡା, କୃଷ୍ଣଚନ୍ଦ୍ରପୁର,ଜୀରାଇଲୋ,ଆମ୍ବିକି ଆଦି ପଞ୍ଚାୟତ ଅଞ୍ଚଳ ପ୍ରଭାବିତ ହୋଇଛି।ଅଣଖିଆ,ସଳମଙ୍ଗା,କାଇଥୋଳ,ଅଳାଫଳ,ପଇଦା,ଅଲଣାଭାସ,କାଞ୍ଜିଆକଣ, ବାଲିଆକଣି ପ୍ରଭୃତି ଗ୍ରାମରେ ପାଣିପଶୁଛି।ଜଗତସିଂହପୁର ଜିଲ୍ଲାର ବିରିଡି,ରଘୁନାଥପୁର, ତିର୍ତ୍ତୋଲ, ବାଲିକୁଦା ଓ ଏରସମା ବ୍ଲକ ଅଞ୍ଚଳର ଉଦ୍ଦବୁଦ ବର୍ଷାଜଳ ହଂସୁଆ ଡ୍ରେନେଜ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ।ପ୍ରତିବର୍ଷ ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ପଞ୍ଚାୟତ ପୋଇଓ ଠାରୁ ସୋମପୁର ପର୍ଯ୍ୟନ୍ତ ହଂସୁଆ ନଦୀବନ୍ଧ ମରାମତି ନାଆଁରେ ଲକ୍ଷାଧିକ ଟଙ୍କା ଚଳୁ କରାଯାଉଥିବା ବେଳେ ଲୋକମାନେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି।ଗତକାଲି ଠାରୁ ହଂସୁଆ ନଦୀର ଅଣଖିଆ ରେ୨୦ଫୁଟ ଓସାରର ଘାଇ ଯୋଗୁଁ ଏନ.ଏଚ ୫୫ନମ୍ବର ରାସ୍ତା ତଥା ଚମ୍ପାହାଟ-ସୋମପୁର ରାସ୍ତା ଉପରେ ତିନିଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି।ଆଖପାଖ ଅଞ୍ଚଳରେ ଆତଙ୍କିତ ବାତାବରଣ ସୃଷ୍ଟି ହୋଇଛି