ନେହେରୁ ବଙ୍ଗଳା ସମୁଦ୍ର ମୁହାଁଣରେ ଘଟି ଯାଇଛି ଅଘଟଣ। ମୁହାଁଣ ମୁହଁରେ ଡଙ୍ଗା ବୁଡ଼ି ୨ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଜଣାପଡିଛି। ଏନେଇ ଉଦ୍ଧାର କାର୍ଯ୍ୟ ରେ ଭାରତୀୟ ତଟ ରକ୍ଷୀବାହିନୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ମା ରାମଚଣ୍ଡୀ ନାମକ ମାଛଧରା ଡଙ୍ଗାରେ ୭ ଜଣ ମତ୍ସ୍ୟଜୀବୀ ଦୁଇ ଦିନ ତଳେ ମାଛଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ। ତେବେ ଆଜି ଦିନ ୧୦ରୁ ୧୧ଟା ସମୟ ମଧ୍ୟରେ ଡଙ୍ଗାଟି ଫେରିବା ସମୟରେ ମୁହାଁଣ ମୁହଁରେ ଡଙ୍ଗା ଟି ଓଲଟି ପଡିଥିଲା।ଫଳରେ ନିକଟରେ ଥିବା ଅନ୍ୟ ମତ୍ସ୍ୟଜୀବୀ ମାନେ ଡ଼ଙ୍ଗା ରେ ଥିବା ୫ଜଣ ମତ୍ସ୍ୟଜୀବୀ ଙ୍କୁ ଉଦ୍ଧାର କରିଥିବା ବେଳେ ଆଉ ଦୁଇ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଥିବା ଜଣାପଡିଛି। ତେବେ ଖବରପାଇ ନେହେରୁ ବଙ୍ଗଳା ମେରାଇନ ପୋଲିସ ଓ ଭାରତୀୟ ତଟରକ୍ଷୀବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ନିଖୋଜ ଦୁଇ ମତ୍ସ୍ୟଜୀବୀ ଙ୍କ ପରିଚୟ ଏଯାବତ ମିଳି ପାରିନାହିଁ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବଙ୍ଗୋପ ସାଗର ରେ ସୁଷ୍ଟି ହେଇଥିବା ଲଘୁଚାପ ଘନି୍ଭୁତ ହବାର ସଚେତନତା ମସ୍ୟଜିବୀ ଙ୍କୁ ଜଣାଥିଲେ ବି ସମୁଦ୍ର ଭିତରକୁ ଯାଇଥିଲେ କାହିଁକି…?ନେହୁରବଙ୍ଗଳା ରେ ବାରମ୍ବାର ଏପରି ଅଘଟଣ ଘଟୁଥିଲେବି ପାରାଦ୍ୱୀପ ମେରାଇନ ବିଭାଗର ନିଶକ୍ରିୟତା କଣ ପାଇଁ ?