ରାଣୀ କମଲାପତି ରେଲୱେ ଷ୍ଟେସନ୍ । ଏହା କୌଣସି ଏୟାରପୋର୍ଟଠାରୁ ମଧ୍ୟ କମ୍ ନୁହେଁ । ଏହା ଦେଶର ପ୍ରଥମ ବିଶ୍ୱ ସ୍ତରୀୟ ରେଲୱେ ଷ୍ଟେସନ୍ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ହବିବଗଂଜରେ ରହିଛି ଏହି ରେଲୱେ ଷ୍ଟେସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ରେଳ ଷ୍ଟେସନ୍କୁ ଉଦଘାଟନ କରିଛନ୍ତି । କମଲାପତି ରେଳଷ୍ଟେସନକୁ ଗୋଣ୍ଡ ରାଜ୍ୟର ସାହସୀ ତଥା ନିର୍ଭୀକ ରାଣୀ କମଲାପତିଙ୍କ ସମ୍ମାନାର୍ଥେ ରାଣୀ କମଳାପତି ରେଳ ଷ୍ଟେସନ ନାମରେ ନାମିତ କରାଯାଇଛି। ଷ୍ଟେସନରେ ଏକ ଏୟାର କନକୋର୍ସ ରହିଛି, ଯେଉଁଠି ବିମାନବନ୍ଦର ପରି ସବୁ ପ୍ରକାର ଦୋକାନ ଓ କ୍ୟାଫେ ରହିଛି । ଷ୍ଟେସନ୍ ର ଏହି କନକୋର୍ସରେ ଏକା ଥରେ ୯୦୦ ଯାତ୍ରୀ ବସିପାରିବେ । ଏହି ପ୍ଲାଟଫର୍ମରେ ଏକାବେଳକେ ୨୦୦୦ ଯାତ୍ରୀ ଟ୍ରେନ ପାଇଁ ଅପେକ୍ଷା କରିପାରିବେ । ଏହି ରେଲୱେ ଷ୍ଟେସନରେ ବିମାମବନ୍ଦର ପରି ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଉପଲବ୍ଧ । ଏଠାରେ ଅନ୍ୟ ଭାରତୀୟ ଷ୍ଟେସନ ଗୁଡିକ ପରି ଯାତ୍ରୀ ଭିଡ ସମସ୍ୟା ହେବନାହିଁ । ଏହା ଦେଶର ପ୍ରଥମ ରେଳ ଷ୍ଟେସନ ଯେଉଁଠି ଯିବା ଓ ଆସିବା ପାଇଁ ଯାତ୍ରୀଙ୍କ ପାଇଁ ରହିଛି ଅଲଗା ଅଲଗା ରାସ୍ତା । ଯେଉଁମାନେ କମଲାପତି ଷ୍ଟେସ ରୁ ଟ୍ରେନ ଧରିବେ ସେମାନେ ଏୟାର କନକୋର୍ସ ଦ୍ୱାରା ପ୍ଲାଟଫର୍ମ ହୋଇ ଟ୍ରେନ ନିକଟରେ ପହଞ୍ଚିବେ । କିନ୍ତୁ ଏଠାରୁ ଟ୍ରେନ୍ରୁ ଓହ୍ଲାଉଥିବା ଯାତ୍ରୀ ଭୂତଳ ସବ- ୱେରେ ବାହାରକୁ ଯାଇପାରିବେ । ଏହି ଷ୍ଟେସନରେ ପ୍ରଥମ ଥର ପାଇଁ ୩୬ ଫୁଟର ଓଭର ବ୍ରିଜ୍ ନିର୍ମାଣ କରାଯାଇଛି, ଯେଉଁପଟେ ଯାତ୍ରୀ ପ୍ଲାଟଫର୍ମ ପାରି ହୋଇପାରିବେ । ୪୫୦ କୋଟି ଅର୍ଥ ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଶାରୀରିକ ଅକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ଏଠାରେ ଯାତ୍ରୀଙ୍କ ପାଇଁ ଆରାମଦାୟକ ୱେଟିଙ୍ଗ ରୁମ୍ ଓ ରହିବାକୁ ଡର୍ମିଟୋରୀ ରହିଛି ।