କଟକ ଜିଲ୍ଲା ଚୌଦ୍ଵାର ରେ ଫୁଟିଲା ଗୁଳି । ସୁନା ଦୋକାନୀଙ୍କୁ ଗୁଳି କରି ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ । ସୂଚନା ମୁତାବକ ସୁନା ଦୋକାନୀ ଦେବେନ୍ଦ୍ର ମହାରଣା ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି । ପ୍ରତ୍ୟେକ ଦିନ ପରି ଦୋକାନୀ ଜଣକ ବଳକା ସୁନା ରୂପା ଗହଣା କୁ ବ୍ୟାଗ୍ ରେ ପୁରେଇ ଚୌଦ୍ଵାର ବେହେରା ସାହି ଗଳି ରାସ୍ତାରେ ନିଜ ଘରକୁ ଯାଇଥାନ୍ତି କିନ୍ତୁ ଆଜି ତାଙ୍କୁ ତିନି ଜଣ ଦୁର୍ବୃତ୍ତ follow କରି ହଠାତ୍ ତାଙ୍କ ଉପରକୁ 4 ରାଉଣ୍ଡ ଗୁଳି ଫୁଟାଇ ଥିଲେ ସେଥିରୁ ଦୁଇଟି ଗୁଳି ଦୋକାନୀ ଙ୍କ ଗୋଡ଼ରେ ବାଜି ବାରୁ ସେ ଘଟଣା ସ୍ଥଳରେ ପଡି ଯାଇଥିଲେ l ପଡି ଯିବାର ସୁଜଗ ନେଇ ଦୋକାନୀ ଙ୍କ ହାତରୁ ଅଳଙ୍କାର ବ୍ୟାଗ୍ ଛଡ଼ାଇ ଘଟଣା ସ୍ଥଳରରୁ ଚମ୍ପଟ ମାରି ଥିଲେ ଦୁର୍ବୃତ୍ତ l ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ ସିଂ ପହଂଚି ତଦନ୍ତ ଜାରି ରଖିଛନ୍ତି l