ମାଡ଼ିଆସୁଛି ବାତ୍ୟା ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ଏହା ଉପକୂଳ ମୁହାଁ ହେବ । ବିଭିନ୍ନ ପାଣିପାଗ ମଡେଲଙ୍କ ଆକଳନ ଅନୁଯାୟୀ, ଘଣ୍ଟା ପ୍ରତି ୧୧୮ରୁ ୧୬୨ କିଲୋମିଟର ବେଗରେ ପବନ ବହିବ । ଡିସେମ୍ବର ୬ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାରେ ମାଡ଼ ହେବାର ଆଶଙ୍କା ରହିଛି ।
ଜିଏଫଏସ୍ ମଡେଲର ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟା ଭାରତ ଉପକୂଳରୁ ବହୁତ ଦୂରରେ ପଳାଇବ । ସମ୍ଭାବ୍ୟ ବାତ୍ୟା ମିଆଁମାର କିମ୍ବା ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ । ଏବେ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇପାରିବନି ସମ୍ଭାବ୍ୟ ବାତ୍ୟା କେଉଁ ଆଡ଼କୁ ମୁହାଁଇବ । ଆଗକୁ ଏହାର ତୀବ୍ରତା, ଗତିପଥ ବଦଳିପାରେ ବୋଲି ଅନୁମାନ କରାଯାଉଛି । ।
ଭାରତୀୟ ପାଣିପାଗ ବିଭାଗ ଏହାର ପୂର୍ବାନୁମାନ ମୁତାବକ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ବବର୍ତ୍ତୀ ମାଲାକା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୯ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଆହୁରି ସମୁଦ୍ରରେ ଏହା ଆହୁରି ବଳ ଗୋଟା ଟାଇ ପରବର୍ତ୍ତୀ ୪୮ ଘଣ୍ଟାରେ ବା ଡିସେମ୍ବର ୧ ତାରିଖବେଳକୁ ବାତ୍ୟା ତ୍ୟାରେ ପରିଣତ ହାଇପାରେ । ପରବର୍ତ୍ତୀ ସମୟରେ ଏ ନେଇ ଆଇଏମଡି ଅଧୂକ ଚିତ୍ର ସ୍ପଷ୍ଟ କରିବ ।