ଭୁବନେଶ୍ୱର(ଏନଏନଏସ୍): ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ୍ ମେଡିସିନ୍ ଗୋଦାମରେ ନିଆଁ ଲାଗିଥିଲା । ପ୍ରାୟ ଅଧଘଣ୍ଟା ଭିତରେ ସବୁ କିଛି ଜଳି ପାଉଁଶ ହୋଇଗଲା । ଏତେ ଜୋରରେ ନିଆଁ ଲାଗିଥିଲା ଯେ ଧୂଆଁମୟ ହୋଇ ଯାଇଥିଲା ସାରା ଅଞ୍ଚଳ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହାର ସ୍ପଷ୍ଟ କାରଣ ଜଣାପଡ଼ିନାହିଁ । ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।