କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ କି ଘୋଡା ଚଢ଼ା ଠାରୁ ସମ୍ପତି ନାହିଁ l ଏମିତି ଏକ ଘଟଣା ଦେଖି ବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଶିଖର ପଂଚାୟତ ର ବିଲିପଡା ଗ୍ରାମରେ l ଖବର ମୁତାବକ ଅଜୟ କୁମାର ଭୋଇ ଙ୍କ ଘରେ କେହି ନଥିବା ସମୟରେ ତାଙ୍କ ର ବୃଦ୍ଧ ମା ରୋଷେଇ କରୁଥିବା ବେଳେ କ୍ୟାଣସି କାରଣ ବସତ ନିଆଁ ଲାଗିଯାଇଥିଲା l ଏହା ଦେଖି ସେ ପାଟି କରିବାକୁ ଲାଗିଲେ ତାଙ୍କ ପାଟି ଶୁଣି ପଡୋଶୀ ମାନେ ସାଙ୍ଗେ ସାଙ୍ଗେ ନାଉଗାଁ ଅଗ୍ନିଶମ ବାହିନୀ କୁ ଖବର ଦେଇ ନିଆଁ ଲିଭଇ ବାକୁ ଚେଷ୍ଟା କରିଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ କରିଥିଲା l ହେଲେ ତାଙ୍କ ର ଘର ର 90ଭାଗ ଜଳିଯାଇଥିବା ବେଳେ ସମସ୍ତ ମୂଲ୍ୟବାନ ଆସବା ପତ୍ର, ପିନ୍ଧା ଲୁଗା, ଖାଦ୍ୟ ପଦାର୍ଥ ଓ ରହୁ ଥିବା ତିନି ବଖରା ଘର ସମ୍ପୂର୍ଣ ଜଳି ଯାଇଥିବା ଦେଖା ଯାଇଛି l ଏଭଳି ଶୀତ ସମୟରେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ପାଖରେ କିଛି ନଥିବା ବେଳେ ତେବେ ପରିବାର କୁ ବ୍ଲକ ପ୍ରଶାସନ ରୁ କିଛି ସାହାଯ୍ୟ କରାଯାଉ ବୋଲି ଗ୍ରାମ ବାସି ମାନଙ୍କ ପକ୍ଷରୁ ଦାବି କରାଯାଇଛି l