ଏନଏନଏସ୍: ୪ ଘଣ୍ଟା ବିଳମ୍ବରେ ଗଡ଼ିଲା ପୁରୀ-ଦୁର୍ଗ ଏକ୍ସପ୍ରେସ୍। ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ୧୦ଟାରେ ନୂଆପଡ଼ା ଜିଲ୍ଲା ଖରିଆରରୋଡ ରେଲୱେ ଷ୍ଟେସନ ଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନରେ ନିଆଁ ଲାଗିଯାଇଥିଲା। ଟ୍ରେନର ଏସି ବଗି ନିକଟରେ ଚକର ବ୍ରେକ ବାଇଣ୍ଡିଙ୍ଗରେ ନିଆଁ ଲାଗି ଯାଇଥିଲା। ଫଳରେ ପ୍ରବଳ ଧୂଆଁ ହେବାରୁ ଯାତ୍ରୀମାନେ ଅସୁରକ୍ଷିତ ମନେ କରି ଟ୍ରେନରୁ ଓହ୍ଲାଇ ପଡିଥିଲେ।
ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା କୋମାଖାନା ନିକଟରେ ଟ୍ରେନରେ ନିଆଁ ଲାଗିଥିବା ଯାତ୍ରୀମାନେ ଜାଣିବାକୁ ପାଇଥିଲେ। ପରେ ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇଁ ଖରିଆରରୋଡ ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡ଼ିଛି ।