ଗୁଜୁରାଟର ଜଣେ ମହିଳା ପୋଲିସ୍ କର୍ମଚାରୀ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମରୁଭୂମିର ପ୍ରବଳ ଖରାରେ ଜଣେ ମହିଳା ପୋଲିସ୍ କର୍ମଚାରୀ ଜଣେ ବୃଦ୍ଧାଙ୍କୁ ପ୍ରାୟ ୫ କିଲୋମିଟର କାନ୍ଧରେ ବୋହିକି ନେଇ ଘରେ ଛାଡିଛନ୍ତି | ମହିଳା ପୋଲିସଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ସାରା ଦେଶରେ ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା ସୁଅ ଛୁଟୁଛି | ଖୋଦ ଗୃହମନ୍ତ୍ରୀ ଟ୍ୱିଟ୍ କରି ମହିଳା ପୋଲିସଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଗୁଜୁରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ମହିଳା ପୋଲିସ କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ୍ କରି କହିଛନ୍ତି ଯେ ”ଖାକିର ମାନବିକତା” ।
"खाखी की मानवता"
कच्छ के रापर में मोरारीबापू जी की कथा सुनने हेतु पैदल चलते जा रहे 86 वर्षीय बुजुर्ग को स्वास्थ्य परेशानी होने के कारणवश, एक महिला पुलिस अधिकारी वर्षाबेन परमार जी ने उन्हे 5 कि.मी तक अपने कंधों पर बिठाकर गंतव्य स्थान तक पहुंचाकर सेवा का उत्कृष्ट उदाहरण पेश किया। pic.twitter.com/FZxTLWVbGD
— Harsh Sanghavi (@sanghaviharsh) April 22, 2022
ଗୁଜରାଟର କଚ୍ଛ ଜିଲ୍ଲା ଖଡିର ଦ୍ୱୀପରେ ଅବସ୍ଥିତ ଭଞ୍ଜଦା ଦାଦାଙ୍କ ମନ୍ଦିରରେ ମୋରାରିବାପୁଙ୍କ ରାମ କଥା ଚାଲିଛି। ଜଣେ ୮୬ ବର୍ଷ ବୟସ୍କା ମହିଳା ରାମକଥା ଶୁଣିବା ପାଇଁ ଏକ ପାହାଡ ଉପରକୁ ଚଢ଼ୁଥିଲେ | ତେବେ ପ୍ରଚଣ୍ଡ ଖରା ହେଉଥିବାରୁ ସେ ବେହୋସ ହୋଇ ତଳେ ପଡିଯାଇଥିଲେ | ମହିଳା କନଷ୍ଟେବଳ ବର୍ଷାବେନ୍ ପାରମାର ଏ ବିଷୟରେ ଜାଣିବା ମାତ୍ରେ ସେ ତୁରନ୍ତ ବୃଦ୍ଧ ମହିଳାଙ୍କ ନିକଟକୁ ଯାଇ ତାଙ୍କୁ ପାଣି ପାଇଥିଲେ | ତାଙ୍କ ହୋସ ଆସିବା ପରେ ସେ ବୃଦ୍ଧାଙ୍କୁ ନିଜ କାନ୍ଧରେ ଉଠାଇ ପ୍ରଚଣ୍ତ ରୌଦ୍ରତାପରେ ୫ କିଲୋମିଟର ଚାଲି ଚାଲି ଘରେ ନେଇ ଛାଡିଥିଲେ |