ପ୍ରକୃତିର କୋପ ସହିତ ଜଳବିହୀନ କେନାଲ । ଯାହା ଦ୍ବାରା ନିରାଶ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ଜଜାଙ୍ଗ ଗାଁର ଧାନଚାଷୀ ମାନେ । ଶ୍ରାବଣ ମାସରେ ବର୍ଷା ଜଳକୁ ଚାହିଁ ବସିଛନ୍ତି ଚାଷୀ କିନ୍ତୁ ୧୫ ଦିନ ହେଲାଣି ବର୍ଷା ନା ହିଁ । ଜମିବାଡି ସବୁ ଶୁଖିଲା ପଡିଛି । ଅଣଜଳସେଚିତ ଜମି ଫାଟି ଗଲାଣି ଏବଂ ଧାନ ତଳି ଜଳିଯିବାଭଳି ପରିସ୍ଥିତି ସୃଷ୍ଟି ହେଲାଣି । କିନ୍ତୁ କେନାଲ ଜଳସେଚନ ଉପରେ ନିର୍ଭର କରୁଥିବା ଚାଷୀ ମଧ୍ୟ ସମାନ ଅବସ୍ଥାରେ ଅଛନ୍ତି । କେନ୍ଦ୍ରାପଡା ଜିଲାପାଳଙ୍କ ବାସସ୍ଥଳୀ ପଛପଟଦେଇ ଯାଇଛି ୮ ନମ୍ବର କେନାଲ । ଏହି କେନାଲ ଉପରେ ନିର୍ଭର କରନ୍ତି ଗୁଲନଗର, ଗରାପୁର, ଜଜାଙ୍ଗ ଆଦି ଅଞ୍ଚଳର ହଜାରହଜାର ଚାଷୀ । ହେଲେ ଏହି କେନାଲରେ ଏପର୍ଯ୍ୟନ୍ତ ପାଣି ଆସୁନି । ଖାଲଖାଲୁଆ ସ୍ଥାନରେ ଜମିରହିଥିବା ବର୍ଷା ପାଣିକୁ ପମ୍ପ ଓ ସେଣାରେ ବୁହାଇ ଚାଷୀମାନେ କେତେକ ସ୍ଥାନରେ ଚାଷ କରୁଥିବାବେଳେ କେତେକ ସ୍ଥାନରେ ଜମିରେ କାଦୁଅ ଶୁଖିଗଲାଣି । ସୁଖିଲା କାଦୁଅରେ କଷ୍ଟେ ମଷ୍ଟେ ଧାନତଳି ପୋତୁଛନ୍ତି ଚାଷୀ । ଚାଷୀଙ୍କର ଏସବୁ ସମସ୍ୟା ପାଇଁ ନା ଶୁଣୁଛନ୍ତି ଜଳସେଚନ ବିଭାଗ ନା ଜିଲ୍ଲା ପ୍ରଶାସନ ।
#KENDRAPARA #FARMERSISSUES #IRRIGATION #NNSODIA