<h3>ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ବିକ୍ରି ସମସ୍ୟାକୁ ନେଇ ରାସ୍ତା ଅବରୋଧ କଲେ ଚାଷୀ। ନବ ନିର୍ମାଣ କୃଷକ ସଂଗଠନ ଓ ଜିଲ୍ଲା ଚାଷୀ ସଂଗଠନ ପକ୍ଷରୁ ଡୁଙ୍ଗୁରିପାଲି ଆର୍ ଏମ ସି ଛକରେ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଉଭୟ ପଟରେ ଶହ ଶହ ଯାନ ବାହନ ଅଟକି ରହିଛି । ଅଭିଯୋଗ ଅନୁସାରେ ଜିଲ୍ଲାରେ ଚାଲିଥିବା ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ମଣ୍ଡି ମାନଙ୍କରେ ମିଲର ମାନଙ୍କ ମନମାନି ଚାଲିଥିବାବେଳେ ପ୍ରଶାସନ ସବୁ ଦେଖି ଚୁପ୍ ରହିଛି । ମଣ୍ଡି ମାନଙ୍କରେ ପ୍ୟାକ୍ସ କର୍ମଚାରୀ ଓ ଆର୍ ଏମ୍ ସି କର୍ମଚାରୀଙ୍କ ଅନୁପସ୍ଥିତିରେ ଧାନ ସଂଗ୍ରହ ଚାଲିଛି । ମିଲରମାନେ ଜୋର୍ ଜବରଦସ୍ତି କଟନି କରି ଧାନ ଉଠାଉଛନ୍ତି। ଏନେଇ ଚାଷୀ ନେତ୍ରୀ ସୋନାଲି ବିଶି ବିଭିନ୍ନ ମଣ୍ଡି ପରିଦର୍ଶନ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ ମିଲର ମାନଙ୍କଠାରୁ ମୋଟା ଆକାରର ବଟି ନେଉଥିବାରୁ ଆଲୋଚନା କରିବାକୁ ଆସୁନାହିଁ । ଏହାର ସମାଧାନ ପାଇଁ ସମୟ ଦିଆଯାଇଥିଲେ ହେଁ ସମାଧାନ ନହେବାରୁ ଆଜି ବାଧ୍ୟ ହୋଇ ଧାନ ବସ୍ତା ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଚାଷୀ ।</h3>