ଚାନ୍ଦବାଲି(ଏନଏନଏସ୍): ମାଧପୁର ସମବାୟ ସମିତିରେ ଧାନ ବିକ୍ରୀ କରି ଟଙ୍କା ନ ପାଇ ତାତିଲେ ଚାଷୀ ,ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ମାଧପୁର ସମବାୟ ସମିତିରେ । ସୂଚନା ମୁତାବକ ଗତ ଫେବୃଆରୀ ମାସରୁ କିଛି ଚାଷୀ ଧାନ ବିକ୍ରି କରିଥିଲେ କିନ୍ତୁ ଏହି ଧାନ ବିକ୍ରୀର ମୂଲ୍ୟ ଅଳ୍ପ କିଛି ଚାଷୀଙ୍କୁ ହିଁ ମିଳିଛି । ଏନେଇ ବଳକା ଚାଷୀମାନେ ଧାନ ବିକ୍ରୀର ଟଙ୍କା ନପାଇବାରୁ ହୋହାଲ୍ଲା କରିଛନ୍ତି । ଏନେଇ ଯଦି ଏହି ସମସ୍ୟାର ସମାଧାନ କରାନଯାଏ ତାହାହେଲେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚାଷୀ କହିଛନ୍ତି । ଏପଟେ ସମବାୟ ସମିତିର ସମ୍ପାଦକଙ୍କୁ ପଚାରିବାରୁ ଆସନ୍ତା ସପ୍ତାହ ମଧ୍ୟରେ ବଳକା ଚାଷୀଙ୍କ ଜମା ଖାତାକୁ ଟଙ୍କା ଯିବ ବୋଲି କହିଛନ୍ତି ।