ପ୍ରାପ୍ୟ ନ ମିଳିବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ କୁକୁଡ଼ା ଚାଷୀ । ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଦାଉଦପୁର ଗ୍ରାମପଞ୍ଚାୟତର ବହୁ କୁକୁଡ଼ା ଫାର୍ମ ଚାଷୀମାନେ ଅନେକ ମାସ ଧରି ନିଜର ପାରିଶ୍ରମିକ, ଘର ଭଡ଼ା , ଇଲେକ୍ଟ୍ରି ବିଲ, କୁକୁଡ଼ା ବାବଦ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଯାହାକୁ ନେଇ ଚାଷୀ ମାନେ ନିଜର ଅସୁବିଧା ସମ୍ପର୍କରେ ପଶୁପତି କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ସୁପରଭାଇଜରଙ୍କୁ ଅନେକ ଥର ଅଭିଯୋଗ କରି ସାରିଲେଣି । କିନ୍ତୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପଶୂପତି କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ୫୦ ରୁ ଉର୍ଦ୍ଧ କୁକୁଡ଼ା ଫାର୍ମ ଚାଷୀ ନେମାଳ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ପଶୁପତି କମ୍ପାନୀର ଏଗ୍ରିମେଣ୍ଟ ଅନୁଯାୟୀ କୁକୁଡ଼ା ଫାର୍ମ ର ଚାଷୀ ମାନଙ୍କୁ ପାରିଶ୍ରମିକ ମଜୁରୀ, ଘର ଭଡ଼ା, ବିଦୂତ୍ ବିଲ୍, ୧ ହଜାର କୁକୁଡା ପାଇଁ ୩୦୦୦ ଟଙ୍କା ପ୍ରଦାନ କରିବା କଥା କିନ୍ତୁ ପଶୁପତି କମ୍ପାନୀ ର ଚାଷୀ ମରଣା ନୀତି ପାଇଁ ଦୀର୍ଘ ବହୁ ମାସ ଧରି ଚାଷୀ ମାନେ ନିଜର ପ୍ରାପ୍ୟ ପାଇପାରି ନାହାଁନ୍ତି। ଫଳରେ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନେମାଳ ଥାନା ପୋଲିସ ପକ୍ଷରୁ ପଶୁପତି କମ୍ପାନୀ ବିରୁଦ୍ଧରେ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଲକୁକୁଡା ଫାର୍ମ ଚାଷୀ ମାନେ ବାଧ୍ୟ ହୋଇ ନବୀନ ନିବାସ ଘେରାଉ କରିବା ଲସହ ପଶୁପତି କମ୍ପାନୀ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଦୃଢଚେତାବନୀ ଦେଇଛନ୍ତି।
#farmerissue #NNSODIA