୨୮ ଦିନ ଜେଲ୍ର କାଳ କୋଠରୀରେ ରାତି କଟାଇବା ପରେ ଆଜି ସକାଳୁ ନିଜ ଘର ମନ୍ନତକୁ ଫେରିଛନ୍ତି ଆର୍ଯ୍ୟନ । ଶାହରୁଖଙ୍କ ଫ୍ୟାନମାନେ ଆର୍ଯ୍ୟନ୍ଙ୍କୁ ବାଜା ବଜାଇ, ବାଣ ଫୁଟାଇ ସ୍ୱାଗତ କରିଥିଲେ । ଆର୍ଯ୍ୟନ୍ଙ୍କୁ ଘରକୁ ନେବା ପାଇଁ ଜେଲ୍ ବାହାରେ ଧାଡି ଲାଗିଥିଲା ଗାଡି । ଶାହାରୁଖ୍ଙ୍କ ବଡ଼ିଗାର୍ଡ ଜେଲ୍ ବାହାରେ ଆର୍ଯ୍ୟନଙ୍କ ଅପେକ୍ଷାରେ ଛିଡା ହୋଇଥିଲେ । ଶାହାରୁଖ୍ଙ୍କ ପର୍ସନାଲ ଗାଡିରେ ଘରକୁ ଯାଇଥିଲେ ଆର୍ଯ୍ୟନ୍ । ଜେଲ୍ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ବହୁ ସଂଖ୍ୟାରେ ପୋଲିସ୍ ମଧ୍ୟ ନିୟୋଜିତ ହୋଇଥିଲେ । ଜେଲ୍ ବାହାରେ ଶାହାରୁଖ୍ଙ୍କ ପ୍ରଶଂସକମାନଙ୍କ ଭିଡ଼ ମଧ୍ୟ ଜମିଥିଲା । ଆଜି ସକାଳ ୫.୩୦ରେ ଜେଲ୍ ଖୋଲିଥିଲା । ଏହାପରେ ଆର୍ଯ୍ୟନ୍ଙ୍କ ବେଲ୍ ପେପର୍ ଜେଲ୍ କର୍ତ୍ତୁପକ୍ଷଙ୍କୁ ଦିଆଯିବାର କିଛି ସମୟ ପରେ ସେ ଜେଲ୍ରୁ ବାହାରି ଥିଲେ । ଆର୍ଯ୍ୟନଙ୍କ ସ୍ୱାଗତ ପାଇଁ ମନ୍ନତ ପୂରା ଚଳଚଞ୍ଚଳ ହୋଇଉଠିଛି । ଗୁରୁବାର ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ଦେଇଥିଲେ । ଶୁକ୍ରବାର ଜେଲ୍ରେ ପ୍ରକ୍ରିୟା ବିଳମ୍ବ ହେବାରୁ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ରାତି ଜେଲ୍ରେ କଟାଇବାକୁ ପଡ଼ିଥିଲା ।