ଅଭିଭକ୍ତ କଟକ ଜିଲ୍ଲାର ଓଳକଣାଠାରେ ଆଜି ଅନୁଷ୍ଠିତ ହୋଇଛି ପୁରାଣ ପ୍ରସିଦ୍ଧ ଓଳକଣା ଦୋଳ ମେଳଣ ।ଏହି ମେଳଣ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଅଛି l ଏଠାକୁ ସମସ୍ତ ବିମାନରେ କେବଳ ରାଧା କୃଷ୍ଣ ଆସୁଥିବାବେଳେ କେବଳ ଗୋଟିଏ ବିମାନରେ ଆସନ୍ତି ହର ଆଉ ହରି l ଏହି ପରମ୍ପରା ପୁରାଣ ଯୁଗରୁ ପ୍ରଚଳିତ ହୋଇ ଆସୁଅଛି l
ଓଳକଣା ପଡିଆକୁ ପୂର୍ବ ଦିଗରୁ ଆଳୀ ରାଜା ଘର ବିମାନଙ୍କ ସହ ଲକ୍ଷ୍ମୀ ଠାକୁରାଣୀଙ୍କ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନଗୁଡିକ କରିଥାନ୍ତି ପ୍ରବେଶ l ସେହିଭଳି ପଶ୍ଚିମ ଦିଗରୁ ଲଳିତଗିରି ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ପ୍ରବେଶ କରନ୍ତି l ଉତ୍ତରଦିଗରୁ ଓଳାସୁଣୀ ବିମାନ ସହ ମିଶ୍ର ଘର ବିମାନ ପଡିଆକୁ ପ୍ରବେଶ କଲାପରେ ଶେଷରେ ଅନ୍ୟ ବିମାନ ପ୍ରବେଶ କରିଥାନ୍ତି l ସେହିପରି ଦକ୍ଷିଣ ଦିଗରୁ ମଣ୍ଡୁଅ ବିମାନ ପ୍ରବେଶ କଲା ପରେ ଅନ୍ୟ ବିମାନ ସବୁ ପ୍ରବେଶ କରନ୍ତି l ସମସ୍ତ ବିମାନ ପଡ଼ିଆରେ ଥିବା ହର ଆଉ ହରିଙ୍କ ଦ୍ଵାର ଦେଇ ପ୍ରବେଶ କରନ୍ତି l ସମସ୍ତ ବିମାନକୁ ପାରମ୍ପରିକ ପଟୁଆରରେ ପଡିଆ ମଧ୍ୟକୁ କରନ୍ତି ପ୍ରବେଶ l ଯଥା ଘଣ୍ଟ ଘଣ୍ଟା, କୀର୍ତ୍ତନ, ଷଣ୍ଢ ନାଚ, ଦିବି ଝାଡ଼ ଓ ମଶାଲ ବତି ଶହ ଆତାସବାଜିରେ ମେଳଣଗୁଡିକ ପଡ଼ିଆରେ ପ୍ରବେଶ କରିଥାନ୍ତି | ଏହି ସମୟରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ l ଶେଷରେ ବୀର ଭଦ୍ରେଶ୍ୱରଙ୍କ ବିମାନ ଆସିଲା ପରେ ବିଦୁରଙ୍କ ନିକଟରେ ଏକା ସାଙ୍ଗରେ ଆଳତି ହୋଇଥାଏ | ପରେ ମେଳଣ କାର୍ଯ୍ୟ ସମାପନ ହୋଇଥାଏ l ହରିହର ଦର୍ଶନ ନିମନ୍ତେ ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ l ସୁରକ୍ଷା ନିମନ୍ତେ ମାହାଙ୍ଗା ଓ ଡେରାବିଶ ପୋଲିସ୍ ସମେତ ଓଳକଣା ମେଳଣ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥାଏ l ଏହି ଅବସରରେ ବହୁ ଉଠା ଦୋକାନୀ ସେମାନଙ୍କ ପସରା ମେଲାଇଥାନ୍ତି l
ତେବେ ଏହି ମେଲଣକୁ ନେଇ ଏକ ପୌରାଣିକ କଥା ରହିଛି | ପାଣ୍ଡବମାନେ ପଶା ଖେଳରେ କୌରବମାନଙ୍କ ଠାରୁ ହାରି ଯିବା ଫଳରେ ୧୨ ବର୍ଷ ଅଜ୍ଞାତ ବନବାସରେ ରହି ଯେତେବେଳେ ହସ୍ତିନାପୁରକୁ ଫେରିଲେ ସେତେବେଳେ ତାଙ୍କୁ ରହିବା ପାଇଁ ଦିଆଯାଇନଥିଲା ପଡ଼ା l ମହାପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କ ପାଇଁ କୌରବ ରାଜା ଦୂର୍ଯ୍ୟଧୋନ ପାଖକୁ ଯାଇଥିଲେ l କିନ୍ତୁ ଅହଙ୍କାରୀ ଦୂର୍ଯ୍ୟଧୋନ କହିଥିଲେ ବିନା ଯୁଦ୍ଧରେ ଦେବିନାହିଁ ଜାଗା l ମହାପ୍ରଭୁ ଶ୍ରୀକୃଷ୍ଣ ମନଦୁଃଖର ଫେରିଆସି ଓଳକଣା ପଡିଆର ବିଦୁରଙ୍କ ଆଶ୍ରମଠାରେ ପହଂଚିଥିଲେ l ବିଦୁର ମହାପ୍ରଭୁ ଶ୍ରୀକୃଷ୍ଣକୁ ଶାଗ ଭାତ ଦେଇ ତାଙ୍କ କ୍ଷୁଧା ମେଣ୍ଟାଇଥିଲେ l ପ୍ରଭୁ ଶ୍ରୀକୃଷ୍ଣ ଭକ୍ତ ବିଦୁରଙ୍କୁ କହିଲେ କି ବର ମାଗୁଛୁ ମାଗ l ବିଦୁର କହିଲେ ପ୍ରଭୁ ମୁଁ ତୁମକୁ ହର ଆଉ ହରି ରୂପରେ ଦେଖିବା ପାଇଁ ଚାହୁଁଚି l ପ୍ରଭୁ ଶ୍ରୀକୃଷ୍ଣ କହିଲେ ଫଗୁ ଚତୁର୍ଦ୍ଦଶୀ ରାତି ଓ ପୂର୍ଣ୍ଣିମା ସକାଳୁ ମୁଁ ତମକୁ ସେହି ରୂପରେ ଦେବୀ ଦର୍ଶନ l ସେହି ପରମ୍ପରାକୁ ରକ୍ଷା କରି ଭଦ୍ରେଶ୍ୱର ବିମାନରେ ହର ଆଉ ହରି ବେଶରେ ଓଳକଣା ପଡିଆକୁ ଆସିଥାନ୍ତି l ଏବଂ ଭକ୍ତ ବିଦୁର ମାଗିଥିବା ବର ଅନୁସାରେ ବିଦୁର ତାଙ୍କୁ ଦର୍ଶନ କରନ୍ତି l