ସୋସିଆଲ ମିଡିଆ ଫେସ୍ବୁକ୍ କମ୍ପାନୀ ତାର ନାମ ପରିବର୍ତ୍ତନ କରିଛି । କମ୍ପାନୀର ନୂଆ ନାମ ହେଉଛି ମେଟା । ଫେସ୍ବୁକ୍ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଗୁରୁବାର ଏ ନେଇ ଘୋଷଣା କରିଛନ୍ତି । ଜୁକରବର୍ଗ ଚାହୁଛନ୍ତି ତାଙ୍କ କମ୍ପାନୀଙ୍କୁ ଲୋକେ କେବଳ ଏକ ସୋସିଆଲ ମିଡିଆ ଭାବେ ନ ଜାଣନ୍ତୁ । କମ୍ପାନୀ ସୋସିଆଲ ମିଡିଆରୁ ଆହୁରି ଆଗକୁ ବଢ଼ି ମେଟାବର୍ସ ୱାର୍ଲ୍ଡ ପ୍ରସ୍ତୁତି କରିବାରେ ଲାଗି ପଡ଼ିଛି । ଏଥିପାଇଁ କମ୍ପାନୀ ୧୦ହଜାର ଲୋକଙ୍କୁ ମଧ୍ୟ ନିଯୁକ୍ତି କରିବ । ଯେଉଁମାନେ ମେଟାବର୍ସ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ । ମେଟାବର୍ସକୁ ଆପଣ ଭର୍ଚ୍ଚୁଆଲ ରିଅଲିଟି ଭାବରେ ମଧ୍ୟ ଜାଣିପାରିବେ । ଅର୍ଥାତ ଏଭଳି ଏକ ଦୁନିଆ ହେବ ଯେଉଁଠାରେ ଲୋକଙ୍କ ଉପସ୍ଥିତି ଡିଜିଟାଲ ମାଧ୍ୟମରେ ହିଁ ରହିବ । ଡିଜିଟାଲ ମାଧ୍ୟମରେ ଲୋକେ ପରସ୍ପରକୁ ଜାଣିପାରିବେ । ମେଟାବର୍ସ ଉପରେ କେବଳ ଫେସ୍ବୁକ୍ ନୁହେଁ ମାଇକ୍ରୋସଫ୍ଟ ଭଳି ବଡ଼ କମ୍ପାନୀ ମଧ୍ୟ ଅର୍ଥ ନିବେଶ କରୁଛନ୍ତି । ଜୁକରବର୍ଗ ବହୁତ ଦିନ ପୂର୍ବରୁ ଭର୍ଚ୍ଚୁଆଲ ରିଅଲିଟି ଏବଂ ଅଙ୍ଗମେଣ୍ଟେଡ ରିଅଲିଟି ଉପରେ ବହୁତ ଅଧିକ ନିବେଶ କରି ଆସୁଛନ୍ତି । ମେଟାବର୍ସ ଦୁନିଆରେ ଆଗକୁ ବଢ଼ିବା ପାଇଁ ଫେସ୍ବୁକ୍ ତାର ନାମ ପରିବର୍ତ୍ତନ କରି ମେଟା କରି ଦେଇଛନ୍ତି । କମ୍ପାନୀର ନାମ ପରିର୍ତ୍ତନ ହେଲେ ମଧ୍ୟ ପ୍ଲାଟ୍ଫର୍ମ –ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ହ୍ୱାଟ୍ସଆପ୍ ଏହି ନାମରେ ଜଣାଯିବ । ନାମ ବଦଳିଥିଲେ ମଧ୍ୟ ବ୍ୟବହାରକରୀଙ୍କ ଉପରେ ସିଧାସଳଖ ଭାବେ କୌଣସି ପ୍ରଭାବ ପଡ଼ିବ ନାହିଁ ।