ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ | କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଏକକାଳୀନ ହୋଇଛି ରେଡ୍। କଟକ ଓ ଭୁବନେଶ୍ବର ଘର ସହ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜ ସ୍ଥିତ ମହାନଦୀ ବିହାରରେ ଥିବା ଦୁଇ ମହଲା କୋଠାରେ ରେଡ୍ ବେଳେ ୫ ଶହ ଗ୍ରାମ୍ ସୁନା ସହ ୨ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ୧୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।
ମନୋଜ କୁମାରଙ୍କ ଭଗବାନପୁରରେ ଥିବା ପୈତୃକ ଘର, ଗଣ୍ଡରପୁରରେ ଥିବା ଅଫିସ ସହ ପାହାଳ ଉତ୍କଳ ହାଇଟ୍ସରେ ଥିବା ଫ୍ଲାଟରେ ମଧ୍ୟ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ । ଏହି ଚଢାଉରେ ୪ ଜଣ ଡିଏସ୍ପି, ୮ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।