<h3>ରାଜ୍ୟ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ବୋଧୂଏ ସେଇଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନୁହେଁ ବରଂ ପୁରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ତାଙ୍କ ଏହି ଦୃଷ୍ଟିଭଙ୍ଗୀ ଅନୁସାରେ ରାଜ୍ୟ ସରକାର “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY Card)” ନାମକ ଏକ ପ୍ରଗତିଶୀଳ ଯୋଜନା ଆରମ୍ଭ କରିଛନ୍ତି । ଯେଉଁ ଥିରେ ରାଜ୍ୟର ହଜା ହଜାର ଲୋକେ ନୂଆ ଜୀବନ ପାଇଛନ୍ତି । ଏହିଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ସମସ୍ତ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ।</h3> <img class=" wp-image-28172 aligncenter" src="http://nnsodia.com/wp-content/uploads/2024/05/bsk17-300x157.jpg" alt="" width="592" height="310" /> <h3>BSKYର ଦୁଇଟି ମୁଖ୍ୟ ଅଂଶ ରହିଛି । ରାଜ୍ୟ ସରକାର ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଦେଇ ସେବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ଯେକୌଣସି ବ୍ୟକ୍ତି ତା’ର ଆୟ କିମ୍ବା ବାସସ୍ଥାନକୁ ଗୁରୁତ୍ୱ ନଦେଇ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମାଗଣା ଚିକିତ୍ସା ପାଇପାରିବ । ଖାଲି ସେତିକି ନୁହେଁ ଗରିବ ପରିବାରଗୁଡ଼ିକ ପାଇଁ ବେସରକାରୀ ଡାକ୍ତରଖାନାମାନଙ୍କରେ ମଧ୍ୟ ବିନା ମୂଲ୍ୟରେ ଚିକିତ୍ସା ପାଇପାରିବେ । ପ୍ରତି ପରିବାର ବର୍ଷକୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ପାଇଁ ମାଗଣା ସୁବିଧା ପାଇବେ। ଯଦି ମହିଳା ସଦସ୍ୟମାନଙ୍କୁ ଆହୁରି ଚିକିତ୍ସାର ଆବଶ୍ୟକତା ପଡ଼େ, ତେବେ ଆଉ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମାଗଣା ସୁବିଧା ପାଇବାର ସୁବିଧା ରହିଛି ।</h3> https://youtu.be/_7jQ3EAEHnQ