<h3>ଗୋଡ ସଂପୂର୍ଣ୍ଣ ଅଚଳ ହେଲେ ବି କିଛି କରିବାର ଇଚ୍ଛା ଶକ୍ତି ରଖିଛି ,.., ଅକ୍ଷମ ହେଲେ ବି ନିଜକୁ କେବେବି ଦୁର୍ବଳ ଭାବିନି..,. ନିଜ ଦୁର୍ବଳତାରେ କେବେ ଛୋଟ ହୋଇଯାଇନି କି ନିଜ ଭାଗ୍ୟକୁ କେବେ ଦୋଷ ଦେଇନି ତା ଭିତରେ ନିଜକୁ ଗଢି ତୋଳିବାକୁ ପ୍ରୟାସ ଜାରି ରଖିଛି .,.,., ମନୋବଳ ସେମିତି ଦୃଢ ରଖିଛନ୍ତି ମୋର ଗୋଡ ନଥାଉ ପଛେ ମୋତେ ଦୌଡିବାରେ ଅଛି .. ମୋତେ ପାଠପଢି ସଫଳ ହେବାର ଅଛି .. ସମସ୍ତଙ୍କ ପାଇଁ ପ୍ରେରଣା ସାଜିବି .,. ଦିବ୍ୟାଙ୍ଗ ହେଲେ ବି କାହା ଉପରେ ନିର୍ଭର କରିବି ନାହିଁ ।</h3> <img class="wp-image-27983 aligncenter" src="https://nnsodia.com/wp-content/uploads/2024/05/16s-300x77.jpg" alt="" width="483" height="124" /> <h3>ହଁ ଆଞା ଏମିତି ଚିନ୍ତା ଧାରା ନେଇ ଆଗେଇ ଚାଲିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ଅନ୍ତର୍ଗତ ମଦନ ନଗର ଗ୍ରାମର ବିଦ୍ୟଧାର ସାହୁଙ୍କ ଏକ ମାତ୍ର ଝିଅ ସୁନିତା ସାହୁ। ସୁନିତା ପିଲା ବେଳୁ ଦିବ୍ୟାଙ୍ଗ। ହେଲେ ନିଜକୁ ସେ କେବେ ଦିବ୍ୟାଙ୍ଗ ନଭାବି ସବୁବେଳେ ଆଗେଇ ଚାଲିଛନ୍ତି। ପାଠ ପଢ଼ିବାର ନିଶା ଏତେ ଯେ ନିଜ ଘରେ ପିଲାମାନଙ୍କୁ ଟିୟୁଷୁନ କରୁଛନ୍ତି। ସେପୁଣି ପ୍ରଥମ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ପିଲା ମାନଙ୍କୁ। ସେଥିରୁ ଯାହା ଇନକମ ହୁଏ ,ସେଇଥିରେ ନିଜେ ପାଠ ପଢୁଛନ୍ତି। ସୁନିତା ସ୍ଥାନୀୟ ଅସୁରାଳି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ଯୁକ୍ତ୨ କମ୍ପଲିଟ ହେବା ପରେ କୋଠାର କଲେଜରେ ଯୁକ୍ତ୩ ରେ ଆଡମିଶନ କରିଥିଲେ। ଯୁକ୍ତ୩ ଅଧାରୁ ପାଠ ଛାଡି ଉଞ ଏଣ୍ଟରାନ୍ସ ଦେଇ ଉଞ କମ୍ପଲିଟ ପରେ ଚାକିରୀ ପାଇଁ ଚେଷ୍ଟା କରୁଛନ୍ତି। ଯେ ଦୃଷ୍ଟିରୁ ଯୁକ୍ତ୩ ଅଧାରୁ ପାଠ ଛାଡିଥିଲେ। ତେଣୁ ପୁଣି ଆଉଥରେ କୋଠାର କଲେଜରେ ଯୁକ୍ତ୩ ରେ ଆଡମିଶନ କରି ପାଠ ପଢୁଛନ୍ତି। ଚାକିରିପାଇ ଆବେଦନ ମଧ୍ୟ କରୁଛନ୍ତି। ବାପା ଜଣେ ଦିନ ମଜୁରିଆ ଯାହା ଇନକମ କରିଥାନ୍ତି, ସେଥିରେ ପରିବାର ପ୍ରତିପୁସଣ କରିବା ସମ୍ଭବ ନୁହଁ। ତେଣୁ ସୁନିତା ନିଜକୁ ଦିବ୍ୟାଙ୍ଗ ନଭାବି ନିଜ କାମ ନିଜେ କରୁଛନ୍ତି।</h3>