ଶିକ୍ଷାର ଅଗ୍ରଦୂତ ସାଜିଥିବା ଏମ ବିଶେଶ୍ୱରାୟ ଏକାଧାରାରେ ଜଣେ ଦକ୍ଷ ଇଞ୍ଜିନିୟର, ଅର୍ଥନୀତିଜ୍ଞ, ସୁଦକ୍ଷ ପ୍ରଶାସକ ଥିଲେ । ଇଞ୍ଜିନିୟରିଂ କ୍ଷେତ୍ରରେ ତାଙ୍କର ବଅବଦାନ ଅତୁଳନୀୟ ଥିଲା । ଏମ ବିଶେଶ୍ୱରାୟ ମଧ୍ୟ ‘ଏମଭି ସାର୍’ ନାମରେ ବେଶ ପରିଚିତ ଏବଂ ଜଣାଶୁଣା ଥିଲେ | ପ୍ରତିବର୍ଷ ସେପ୍ଟେମ୍ବର ୧୫ ତାରିଖକୁ ଭାରତର ସର୍ବୋତ୍ତମ ଇଞ୍ଜିନିୟର ଏମଭି ସାରଙ୍କୁ ସ୍ମରଣ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଇଞ୍ଜିନିୟର୍ସ ଦିବସ ଭାବରେ ପାଳନ କରାଯାଏ | କାରଣ ସେ ଆଧୁନିକ ଭାରତ ନିର୍ମାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦେଶକୁ ଅଗ୍ରଣୀ ପଥରେ ଆଗେଇନେବା ପାଇଁ ତାଙ୍କ ର ପ୍ରଚେଷ୍ଟା ଦେଶପାଇଁ ଅନେକ ସୁଯୋଗ ନେଇ ଆସିଛି । ସେପ୍ଟେମ୍ବର ୧୫ , ୧୮୬୧ ରେ ପୂର୍ବତନ ମହୀଶୂର ରାଜ୍ୟ ଓ ବର୍ତ୍ତମାନର କର୍ଣ୍ଣାଟକ ପ୍ରଦେଶର କୋଲାବା ଜିଲ୍ଲାର ଏକ ଗାଁ ମୁଦ୍ଦେନହାଲ୍ଲୀର ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିତା ସଂସ୍କୃତ ପଣ୍ଡିତ ଶ୍ରୀ ନିବାସୀ ଶାସ୍ତ୍ରୀ ଓ ମାତା ଭେଙ୍କଟାଚାମ୍ ଥିଲେ ସାଧାରଣ ଗୃହିଣୀ । ୧୮୭୬ ମସିହାରେ ମ୍ୟାଟ୍ରିକ ଓ ୧୮୮୦ ମସିହାରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ଉତ୍ତୀର୍ଣ୍ଣ ହୋଇଥିଲେ ସେ । ୧୮୮୪ ମସିହାରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଂଜିନିୟରିଂରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ନିଜର ଅସାଧାରଣ ପ୍ରତିଭାକୁ ପ୍ରମାଣିତ କରିଥିଲେ । ତାଙ୍କର ପାରଦର୍ଶିତା ଜଳସେଚନ ଏବଂ ବନ୍ୟା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଥିଲା। ଏବଂ ସେ ଆଧୁନିକ ଜଳସେଚନ ତଥା ବନ୍ୟା ନିୟନ୍ତ୍ରଣ ଆଦି କ୍ଷେତ୍ରଗୁଡିକରେ ନିଜର ନୂତନ କୌଶଳ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ | ସେ ‘ସ୍ୱୟଂଚାଳିତ ପ୍ରତିବନ୍ଧକ ଜଳ ବନ୍ୟାଜଳ’ ର ପରିକଳ୍ପନା କରିଥିଲେ ଯାହା ପୁଣେରେ 1903 ମସିହାରେ ଖଡକଭାସଲା ଜଳଭଣ୍ଡାରରେ ସ୍ଥାପିତ ହୋଇଥିଲା। ଏହା ପରେ କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ କୃଷ୍ଣ ରାଜା ସାଗର ବନ୍ଧ ନିର୍ମାଣ ପାଇଁ ମୁଖ୍ୟ ଇଞ୍ଜିନିୟର ତଥା ହାଇଦ୍ରାବାଦ ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ମୁଖ୍ୟ ଇଞ୍ଜିନିୟର ଥିଲେ।ଏଥି ସହିତ ୧୮୭୧ ରେ ସେ ଏକ ପ୍ରସିଦ୍ଧ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିଥିଲେ, ଯାହା ବର୍ତ୍ତମାନ ବିଶେଶ୍ୱରାୟ କଲେଜ ଅଫ୍ ଇଞ୍ଜିନିୟରିଂ ଭାବରେ ଜଣାଶୁଣା | ଜନସାଧାରଣଙ୍କ ମଙ୍ଗଳ ପାଇଁ ତାଙ୍କର ଅବଦାନ ପାଇଁ ସେ ୧୯୫୫ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଗ୍ରହଣ କରିଥିଲେ। ରାଷ୍ଟ୍ର ନିର୍ମାଣରେ ଆମର ଇଞ୍ଜିନିୟରମାନଙ୍କ ଅବଦାନ ପାଇଁ ଭାରତ ଗର୍ବିତ। “ସେମାନଙ୍କର ଅଭିନବ ଉତ୍ସାହ ବିନା ମାନବ ପ୍ରଗତି ଅସମ୍ପୂର୍ଣ୍ଣ । ଇଂଜିନିୟର୍ସ ଡେ ଅବସରରେରେ ସାର୍ ଏମ୍ ବିଶେଶ୍ୱରାୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଏବଂ ସମସ୍ତ ପରିଶ୍ରମୀ ଇଞ୍ଜିନିୟର ମାନଙ୍କୁ ଶୁଭେଚ୍ଛା |
#EngineersDay #NNSODIA