ସାଲେପୁର: କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ର ନାନ୍ଦୋଳ ଗାଁ ର ଯୁବକ ସତ୍ୟବ୍ରତ ସାହୁ ପେଶା ରେ ଜଣେ ଆଇଟି ଇଂଜିନିୟର କିନ୍ତୁ ନିଶା ବଂଶୀ କାରିଗର।ଦୀର୍ଘ ୧୨ ବର୍ଷ ଧରି ଆଇଟି ଇଂଜିନିୟର ଭାବରେ ବାଙ୍ଗାଲୋର ରେ କାମକରୁଥିବା ବେଳେ ।ସେ ବଂଶୀ ର ପ୍ରେମ ରେ ପଡିଗଲେ । ସେ ପ୍ରଥମେ ଅନଲାଇନ ରେ ଏକ ବଂଶୀ କିଣି ବଜେଇବା ଆରମ୍ଭ କଲେ ଏବଂ ବଂଶୀ ବଜେଇବା ର ଅପୂର୍ବ ସ୍ୱର ର ମୁର୍ଛନା ରେ ବିମୋହିତ ହୋଇ ବଂଶୀ କୁ ସାଥିକଲେ।ସେଉଠୁ ଆରମ୍ଭ ହେଲା ବଂଶୀ ତିଆରୀର ପରିକଳ୍ପନା। ସେ ପ୍ରଥମେ ନିଜେ ପାଇପ ସାହାଯ୍ୟ ରେ ବଂଶୀ ତିଆରି କରୁଥିଲେ ଓ ଗ୍ରାହକଙ୍କ ବଂଶୀ କିଣିବାରେ ଅଧିକ ଆଗ୍ରହ ବଢିବାରୁ ସେ ଆସାମ ଓ ଇଣ୍ଡୋନେସିଆ ରୁ କଞ୍ଚାମାଲ ଆଣି ବଂଶୀ ତିଆରି କରୁଥିଲେ।ଏହି ବଂଶୀ ତିଆରୀରେ ସତ୍ୟବ୍ରତଙ୍କ ପତ୍ନୀ ଓ ତାଙ୍କ ବାପା ମଧ୍ୟ ସହାୟତା କରନ୍ତି।ସତ୍ୟବ୍ରତ ଙ୍କ ବଂଶୀ ର ଚାହିଦା ସାରାଭାରତ ବର୍ଷ ସମେତ ବିଦେଶ ରେ ଯଥା ୟୁକେ,କାନାଡ଼ା,ସ୍ପେନ,ଶ୍ରୀଲଙ୍କା, ଅଷ୍ଟ୍ରିଲିଆ,ଓମାନ,କୋଏତ,ନେପାଳ ପ୍ରଭୁତି ଦେଶରେ ତାଙ୍କ ବଂଶୀ ର ଭଲଚାହିଦା ରହୁଛି।ଅନଲାଇନ ମାଧ୍ୟମରେ କିଣାବିକା ହେଉଛି ବୋଲି ସତ୍ୟବ୍ରତ ପ୍ରକାଶକରିଛନ୍ତି।ଭାରତର ପ୍ରସିଧ୍ୟ ବଂଶୀ ବାଦକ ମାନେ ମଧ୍ୟ ସତ୍ୟବ୍ରତ ଙ୍କ ଠାରୁ ବଂଶୀ ନେଇବାଦନ କରୁଥିବା ସତ୍ୟବ୍ରତ ପ୍ରକାଶ କରିଛନ୍ତି।ତାଙ୍କର ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହେବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରସଂଶା ର ପାତ୍ର ପାଲଟିଛନ୍ତି।ଆଗାମୀ ଦିନରେ ସତ୍ୟବ୍ରତ ୨୦ଜଣକୁ ନିଯୁକ୍ତି ଦେବା ସହ ଏକ ସ୍ବୀକୃତି ପ୍ରାପ୍ତ ସଂସ୍ଥା ରେ ପରିଣତ କରିବାରେ ଲକ୍ଷ ରଖିଛନ୍ତି। କଟକ ଜିଲ୍ଲାର ସାଲେପୁର ରୁ ସ୍ୱଦେଶ ରଞ୍ଜନ ଙ୍କ ରିପୋର୍ଟ nns ଓଡ଼ିଆ।