ପୁଣି ଟ୍ୱିଟରରକୁ ନେଇ ଚର୍ଚ୍ଚା | ସରିବ ଟ୍ୱିଟରର ମାଗଣା ଯୁଗ | ଆଉ ମିଳିବନି ଟ୍ୱିଟର ମାଗଣା ସେବା | ଟ୍ୱିଟର ବ୍ୟବହାର ପାଇଁ ଗଣିବାକୁ ପଡିବ ଟଙ୍କା | ଟ୍ୱିଟରକୁ କିଣିଥିବା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହା ସ୍ପଷ୍ଟ କରିଛନ୍ତି | ଭବିଷ୍ୟତରେ ଟ୍ୱିଟରକୁ ବ୍ୟବହାର କଲେ ୟୁଜର୍ସଙ୍କୁ ଦେବାକୁ ପଡିବ ଚାର୍ଜ । ସରକାରୀ ସଂସ୍ଥା କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କ ପାଇଁ ଏହା ଲାଗୁ ହେବ । ସାଧାରଣ ୟୁଜର୍ସଙ୍କ ପାଇଁ ଏହି ସେବା ମାଗଣାରେ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ ।
ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ, ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ ।
ଗତ ସପ୍ତାହରେ ଟ୍ୱିଟରକୁ ୪୪ ଅରବ ଡଲାରରେ କ୍ରୟ କରିଥିଲେ ଏଲନ ମସ୍କ । ଟ୍ୱିଟରକୁ କିଣି ଚର୍ଚ୍ଚାରେ ଆସିଥିଲେ ଏଲନ ମସ୍କ । ଏହାପରେ ଟ୍ୱିଟରରେ ଅନେକ ପରିବର୍ତନ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଟ୍ୱିଟରର ସିଇଓ ଓ ପଲିସି ହେଡଙ୍କୁ ପରିବର୍ତନ କରାଯିବ ବୋଲି ଚର୍ଚ୍ଚା ହେଉଛି ।