ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରେ ଏବେ କୋକାକୋଲା କମ୍ପାନୀ କିଣିବେ ଏଲନ୍ ମସ୍କ | ଟେସଲା ସିଇଓ ଏଲୋନ୍ ମସ୍କଙ୍କ ନଜର ଏବେ କୋକାକୋଲା ଉପରେ | ଆଗକୁ ମୃଦୁପାନୀୟ କମ୍ପାନୀ ‘କୋକାକୋଲା’କୁ କିଣିବେ ବୋଲି ଟୁଇଟ୍ କରି କହିଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ । ଟ୍ୱିଟର ମାଲିକ ହେବାପରେ ଏଲନ ମସ୍କ ସୋସିଆଲ ମିଡିଆରେ ଏବେ ବେଶ ସକ୍ରିୟ | ଏବେ ସେ ଗୋଟେ ପରେ ଗୋଟେ ଟ୍ୱିଟ କରି ଚର୍ଚ୍ଚାରେ ଅଛନ୍ତି |
ଏଲନ୍ ମସ୍କ ଆଜି ସକାଳେ ଟ୍ୱିଟ କରି ଗୋଟିଏ ବାକ୍ୟରେ ଲେଖିଛନ୍ତି ମୁଁ ଏବେ କୋକାକୋଲା କିଣିବାକୁ ଯାଉଛି | ଯାହା ଫଳରେ ଏଥିରେ କୋକେନ ମିଶ୍ରଣ କରାଯାଇପାରିବ ବୋଲି ମଧ୍ୟ ଲେଖାଯାଇଛି | ଏଲନ ମସ୍କଙ୍କ ଏହି ଟ୍ୱିଟରେ ଅଧ ଘଣ୍ଟା ଭିତରେ ୭ ଲକ୍ଷରୁ ଅଧିକ ଲାଇକ୍ ଆସିଥିବାବେଳେ ହଜାର ହଜାର ଲୋକ ଏହା ଉପରେ କମେଣ୍ଟ ଦେଇଛନ୍ତି।
ଆପଣଙ୍କୁ କହିରଖୁଛୁ ଯେ, ନିକଟରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ୪୪ ବିଲିଅନ୍ ଡଲାରରେ କିଣିଛନ୍ତି । ଏହାପରେ ସେ ଟ୍ୱିଟରରେ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଆଲୋଚନା ପରିସରକୁ ଆସିଛନ୍ତି ।