ଭୁବନେଶ୍ୱର(ଏନଏନଏସ୍): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ଦେଖିବାକୁ ମିଳିଛି ଦନ୍ତା। ଭରତପୁର ଜଙ୍ଗଲରୁ ହାତୀ ଆସି ଅନ୍ଧାରୁଆ ଓ ତାର ଆଖପାଖ ଅଞ୍ଚଳରେ ବୁଲୁଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ହାତୀଟି ଭରତପୁର ଜଙ୍ଗଲରୁ ବାହାରି ହାତୀଟି ପ୍ରଥମେ ପାଚେରି ନିକଟରେ ରହିଥିଲା । ଲୋକେ ତାକୁ ଦେଖିବା ପରେ ଘଉଡ଼ାଇବାକୁ ଉଦ୍ୟମ଼ କରିଥିଲେ । ହାତୀଟିକୁ ଘଉଡ଼ାଇବା ପାଇଁ ସ୍ଥାନୀୟ ଲୋକମାନେ ବାଣ ଫୁଟାଇବା ସହ ଟର୍ଚ୍ଚ, ମଶାଲ ଓ ଟାୟାର ଧରି ଘଉଡ଼ାଇଥିଲେ ମଧ୍ୟ ହାତୀଟି ଜଙ୍ଗଲ ଭିତରକୁ ଯାଇପାରି ନଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ହାତୀ ପାଇଁ ଖଣ୍ଡଗିରି-ଚନ୍ଦକା ରାସ୍ତାର ପ୍ରାୟ ଏକ ଘଣ୍ଟା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।