ମୟୂରଭଞ୍ଜ(ଏନଏନଏସ୍): ହାତୀର ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଳକ ଜୁଆଳିଭଙ୍ଗାରେ ଏକ ହାତୀର ମୃତଦେହ ଜବତ କରିଛି ବନବିଭାଗ । ବେତନଟି ଓ ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୪୫ଟିକିଆ ଝାରଖଣ୍ଡି ହାତୀପଲ୍ଲ ଗତ କିଛିଦିନ ହେବ ବେତନଟି ରେଞ୍ଜରେ ଉପଦ୍ରବ ଚଳାଇଥିବା ବେଳେ ଆଜି ଜଙ୍ଗଲରେ ହାତୀର ଢ଼ୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଆସି ହାତୀର ଗଳିତ ମୃତଦେହ ଉଦ୍ଧାର କରିଛି । ତେବେ ରେଞ୍ଜର ଘନଶ୍ୟାମଙ୍କ ସିଂଙ୍କ ସୂଚନା ଅନୁଯାଇ ଉକ୍ତ ହାତୀର ବୟସ ଏକବର୍ଷ ହେବ ଏବଂ ଏକସପ୍ତାହ ହେବ ହାତୀଟି ମରିଥିବା ଅନୁମାନ କରାଯାଉଛି । ତେବେ ବନବିଭାଗର ଦାୟିତ୍ୱହିନତା ପାଇଁ ହାତୀର ମୃତୁ୍ୟ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।