ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଗଲେ ଯୁବକ | ୧୧ କେଭି କରେଣ୍ଟ ତାରକୁ ଯୋଡିବା ବେଳେ ଘଟିଥିଲା ଏଭଳି ଅଘଟଣ | ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ହୋଇଛି ମୃତ୍ୟୁ | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚା ୟତର କାଦଡିହା ଗ୍ରାମରେ | ମୃତ ଯୁବକ ଜଣକ ହେଲେ ଦଶରଥ ମୁଣ୍ଡା।
ପରିବାର ଲୋକଙ୍କ କହିବା ଅନୁଯାୟୀ, ବିଦ୍ୟୁତ ବିଲ ବକେୟା ଯୋଗୁ ବିଦ୍ୟୁତ ବିଭାଗ ପକ୍ଷରୁ ଗତକାଲି କାଦଦିହା ଗ୍ରାମରେ କରେଣ୍ଟ କାଟି ଦିଆଯାଇଥିଲା | ବିଦ୍ୟୁତ ବିଭାଗ କର୍ମଚାରୀ ଯିବା ପରେ ଗତକାଲି ସନ୍ଧ୍ୟା ସମୟରେ ଗ୍ରାମର ମାଲୁ ମୁଣ୍ଡାଙ୍କ ପୁଅ ଦଶରଥ କାଟି ଦେଇଥିବା ତାରକୁ ଯୋଡିବା ପାଇଁ ଚେଷ୍ଟା କରିଥିଲେ | ସେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ୧୧ କେଭି ତାର ଯୋଡ଼େଇ କରିବା ବେଳେ କରେଣ୍ଟ ମାରିବାରୁ ସେ ସମ୍ପୂର୍ଣ ଜଳିଯାଇ ତଳେ ପଡିଗଲେ | ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା | ଖବରପାଇ ଆଜି ନୟାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉ କି, ଦଶରଥଙ୍କର ତିନୋଟି ସ୍ତ୍ରୀର ୭ଟି ସନ୍ତାନ ଥିବାବେଳେ ତୃତୀୟ ସ୍ତ୍ରୀ ଗର୍ଭବତୀ ଅଛନ୍ତି | ଦୁଇ ସ୍ତ୍ରୀ ଆଗରୁ ମରି ଯାଇଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ପାଇଁ ଦାବି ହୋଇଛି |