ମାର୍ଚ୍ଚ ୨୪ରେ ପୌର ନିର୍ବାଚନ | ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପୌର ରାଜନୀତି ସେତେ ସରଗରମ ହେବାରେ ଲାଗିଛି | ବିଭିର୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର | ତେବେ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର । ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି | ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ବୁଥରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମିସି ପାଇଁ ୩୦, ସିଏମସି ପାଇଁ ୨୦ ଓ ବ୍ରହ୍ମପୁର ମୁନିସପାଲ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ପୋଲସି ଫୋର୍ସ ମୁତୟନ କରାଯିବ । ଏହାବାଦ ୩୦୦ ମୋବାଇଲ ପାର୍ଟି ରହିବେ। ତେଣୁ ନିର୍ଦ୍ଦିଷ୍ଟ ମତଦାନ କେନ୍ଦ୍ରରେ ସମସ୍ତ ପୌର ଭୋଟର ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ନିର୍ବାଚନ କମିଶନର।
ଭୋଟ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ । ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସମସ୍ତ ପ୍ରକାର ପ୍ରଚାର କାର୍ଯ୍ୟ ସରିବ । ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍ରେ ପହଞ୍ଚିଯିବେ। ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି କହିଛନ୍ତି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।